୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଶନିବାର ମଧ୍ୟାହ୍ନ ୧୨ ଘଟିକା ସମୟରେ ପୂର୍ବତଟ ରେଳ ବିଭାଗର ପ୍ରିନ୍ସିପାଲ୍ ଚିଫ୍ ଇଞ୍ଜିନିୟର୍ ବା ପିସିଇ ରଜନିଶ୍ ମାଥୁର ସ୍ବତନ୍ତ୍ର ରେଳ ଯୋଗେ ଆସି ଦଶପଲ୍ଲା ରେଳଷ୍ଟେସନର ସ୍ଵଚ୍ଛତା ଯାଞ୍ଚ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ୪୬ ମିନିଟ୍ ସମୟରେ ସ୍ବତନ୍ତ୍ର ରେଳ ବା ତଦାରଖ ବଗିମାଧ୍ୟମରେ ଷ୍ଟେସନରେ ପହଞ୍ଚିଥିଲେ ସେ ।

ଏହାପରେ ସିଧା ଷ୍ଟେସନ ସମ୍ମୁଖ ଯାଇଥିଲେ । ଯାତ୍ରୀଙ୍କ ଯାନବାହାନ ଭାଗକୁ ସେଠାରେ ପାଇଁ ରହଣିସ୍ଥଳ ପରିଷ୍କାର ସମେତ ପରିଚ୍ଛନ୍ନତା ଆଦି ସମ୍ପର୍କରେ ତଦାରଖ କରିଥିଲେ । ଏହାପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ତେବେ ପିସିଇଙ୍କ ଯାଞ୍ଚ ପରେ ଦଶପଲ୍ଲାକୁ ଖୁବଶୀଘ୍ର ରେଳ ଚଳାଚଳ କରିବା ନେଇ ଆଶା ଉଜ୍ଜୀବିତ ହୋଇଛି ।

ଏପରିକି ଆସନ୍ତା ୫ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବାଲେଶ୍ବର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ନୂଆଗାଁରୁ ଦଶପଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ଦିନ ଧାର୍ଯ୍ୟ ହୋଇପାରେ ବୋଲି ଜଣାପଡ଼ିଛି । ସେହିଭଳି ଆସନ୍ତା ଜାନୁଆରୀ ୩ ତାରିଖ ଦିନ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ (ଜିଏମ୍) ମନୋଜ ଶର୍ମା ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଦଶପଲ୍ଲାରେ ପହଁଚି ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।














