୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଵାଣିଗୋଚ୍ଛା :-> ଗଛରେ ପିଟିହେଲା କାର l ଦୃଘଟଣା ପରେ କାର ରେ ଲାଗିଲା ନିଆଁ l 2 ଜଣ ଗୁରୁତର l ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲ ରେ l ଆଜି ଭୋରୁ ଛତିଶିଗଡ ରାଜ୍ୟ କୁରୁପ ଜିଲ୍ଲା ର 4 ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶକ କରିବାକୁ ଯାଉଥିଲେ l

57 ନମ୍ବର ଜାତୀୟ ରାଜପଥ ର ଶାଳଭଙ୍ଗା ଜଙ୍ଗଲ ରେ ଥିବା ଏକ ଶାଳଗଛ ରେ କାର ଟି ପିଟିହୋଇଥିଲା l ପିଟି ହୋଇ ( CG 11 K 1222 ) କାରରେ ଲାଗିଥିଲା ନିଆଁ l ଦଶପଲ୍ଲା ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଥିଲା l

କାର ରେ ଥିବା 4 ଜଣ ଯୁବକ ମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇ ପ୍ରଥମେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି l ଆହତ ଙ୍କ ପରିଚୟ ଅସ୍ପଷ୍ଟ l ଘନ କୁହୁଡି ଯୋଗୁ ଦୃଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l

















