No Result
View All Result

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତ ର ଜୁଡିଆ ଗ୍ରାମର ଖଡିଆ ସାହିରେ ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ରାଇରଙ୍ଗପୁର ତରଫରୁ ଖଡିଆ ସାହି ବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟ ପ୍ରମୁଖ ମନୋରଞ୍ଜନ ହାଁସଦାଙ୍କ ନେତୃତରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖିଆ ସାଜିଥିଲେ ମୋଚିରାମ ମାଝୀ,ବିଜୟ ରାମ,

ଜମଶେଦପୁର ର ଅଭୟ ଚୌବେ, ଅମିତ ରାଜ ସିଂହ, ପ୍ରତାପ ଚନ୍ଦ୍ର ହେମ୍ଭ୍ରମ, ମେଜର ମହେନ୍ଦ୍ର ମହାନ୍ତ,ପ୍ରଦୀପ ମହାନ୍ତ, ଗୌରାଙ୍ଗ ଗିରି, ନୁଆଚାନ୍ଦ ମହାନ୍ତ, ଭାଗବତ ହେମ୍ଭ୍ରମ, ଲଧିଆ ଦେହୁରୀ,ରଣୁ ଦେହୁରୀ,ରଇବାରି ମାଝି,ଚୈତନ୍ୟ ଦେହୁରୀ, କୁଆଁର ଦେହୁରୀ, ଦୁର୍ଗା ମଝି,ବାଜିନାଥ ମାଝି ଓ ଗ୍ରାମ ବାସୀଙ୍କୁ ସମସ୍ତ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା କମ୍ବଳ ଏବଂ କୁନି କୁନି ଛୁଆମାନଙ୍କୁ ବିସ୍କୁଟ, ଚକଲେଟ ,

କୁରକୁରେ ଇତ୍ୟାଦି ବଣ୍ଟନ କରାଯାଇଥିଲା। ବିଜୟ ରାମଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଂକ୍ଷିପ୍ତ ବୈଠକ ରେ ଅତିଥିମାନେ ତାଙ୍କର ଭାବ ପ୍ରକାଶ କରିଥିଲେ। ମନୋରଞ୍ଜନ ହାଁସଦା ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ଆଭିମୁଖ୍ଯ ଆଲୋକପାତ କରିଥିଲେ ଏବଂ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଠନ ନିମନ୍ତେ ଶିକ୍ଷା ପାଈଁ ସହଯୋଗ ର ଆଶ୍ବାସନ ଦେଇଥିଲେ ।
ମେଜର ମହେନ୍ଦ୍ର ମହାନ୍ତ ଗ୍ରାମବାସୀଙ୍କୁ ଗଲୱାନ ଘାଟିର ବୀର ସହୀଦ ନୁଦୁରାମ ସୋରେନଙ୍କ କାହାଣୀ କହିଥିଲେ। ମୋଚିରାମ ମାଝୀ ଗ୍ରାମର ଉନ୍ନୟନ ସଂମ୍ପର୍କ ରେ ଚର୍ଚ୍ଚା କରି ପରି ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଥିଲେ ।


No Result
View All Result