No Result
View All Result
୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ୟୂଟ୍ଯୁବର କାମିୟା ଯାନି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରବେଶ ଵିଵାଦକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ଅଭିଯାନ, ରାଇରଙ୍ଗପୁର ସମିତି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ରେ ମିଡ଼ିଆ ପ୍ରଭାରୀ ଶ୍ରୀ ଜ୍ୟୋତି ରଂଜନ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଅଭିଯୋଗ ଯେ ସନାତନ ଧର୍ମର ସ୍ଵାଭିମାନ ତଥା କୋଟି କୋଟି ହିନ୍ଦୁମାନଙ୍କର ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇବା ତଥା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ଅପମାନ କରାଇବା ଘଟଣା ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରିଥିଲେ ।
ଯଦି ସରକାର କୌଣସୀ କାର୍ଯାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ପ୍ରେମୀ ସଂଗଠନ ରାଜ ରାସ୍ତା କୁ ଓହ୍ଲାଇବେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ଦିଗାର, ପ୍ରଶାନ୍ତ ବାରିକ,ମୁକନ୍ଦର ଦାସ, ଇନ୍ଦ୍ରଜିତ ମହାନ୍ତ,ନିଗମାନନ୍ଦ ପଟ୍ଟନାୟକ,ମୁନା ମହାନ୍ତ, ଇଂ ରାମଚନ୍ଦ୍ର ହାଁସଦା, ବିବେକାନନ୍ଦ ମହାନ୍ତ,ବିଜୟ ରାଜ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।
No Result
View All Result