୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> କୁହୁଡି ଖେଳ ପଡିଆଠାରେ ଚାଲିଥିବା ସର୍ବଭାରତୀୟ ଫୁଟୁବଲ ଟୁର୍ନାମେଣ୍ଟର ଆଜି ପ୍ରଥମ ସେମି ଫାଇନାଲ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି |ଆଜିର ଏହି ମ୍ୟାଚରେ ଏନ ଫୁଟୁବଲ କ୍ଲବ ଛତିଶଗଡ ବନାମ ବିଏସଏଫ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଉଭୟଙ୍କ ଖେଳ ପ୍ରଦର୍ଶନ ଅତି ଉଚ୍ଚ କୋଟିର ଥିଲା |

ହେଲେ ଖେଳର ପ୍ରଥମର୍ଦ୍ଧରେ ସୋନପୁର ଦଳ ୩ଟି ଗୋଲ ଦେଇ ଖେଳର ଅନ୍ତିମ ପର୍ଯୟ ପର୍ଯ୍ୟନ୍ତ ସ୍ଥିତି ମଜବୁତ କରିବା ସହ ଜିତି ଫାଇନାଲକୁ ପ୍ରବେଶ କରିଛି | ଖେଳକୁ ଚିନୁ ସିଂ, ଗୋପାଳ ସାମନ୍ତରାୟ ,ରାକେଶ କୁମାର ବେହେରା,ଆଜିର ଖେଳକୁ ପରିଚାଳନା କରିଥିଲେ |















