୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ୨୩ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମ୍ମନ୍ୱିତ”ଯୁବ ବିକାଶ କାର୍ଯ୍ୟକ୍ରମ”ଆଜି ୨୯ତାରିଖ ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ଉଦ୍ଘାଟନୀ ଉତ୍ସବରେ ମହା ବିଦ୍ୟାଳୟର ଅଦ୍ଧକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଦ୍ଧକ୍ଷ ଶ୍ରୀ ମହାନ୍ତି କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ଆଲୋକପାତ କରିଥିଲେ। ଏଥିରେ ସେ ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ପାଠପଢା ସହିତ ସମାଜସେବା, ସଂସ୍କୃତି ଏବଂ କ୍ରୀଡ଼ା ଉପରେ ଅଗ୍ରଣୀ ଲାଭ କରିବା ପାଇଁ ଆହୁୱାନ ଦେଇଥିଲେ ।

ନୋଡାଲ ଅଫିସର୍ ଶ୍ରୀଯୁକ୍ତ ଦୀନବନ୍ଧୁ ଲାଠି ଛାତ୍ରୀ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଚଳିତ “ଯୁବ ବିକାଶ କାର୍ଯ୍ୟକ୍ରମ”ର କାର୍ଯ୍ୟ କାରିତା ଉପରେ ଆଲୋକପାତ କରିବା ସହିତ ଭବିଷ୍ୟତରେ ଛାତ୍ରୀ ମାନଙ୍କୁ କିପରି ଖେଳ, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ବାନ ଦେଇଥିଲେ ।















