• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଜରିଆରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗଠନ

Proprietor Abhimanyu Maharana by Proprietor Abhimanyu Maharana
December 17, 2019
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଭାରତରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଜରିଆରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗଠନ
Share on FacebookShare on TwitterWhatsapp

ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) – ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ୧୦ ସୂତ୍ରୀ ଅଭିବୃଦ୍ଧି ଓ ସଂସ୍କାର ଯୋଜନା ଓ ପି ଜିନ୍ଦଲ ପକ୍ଷରୁ ୨୦୨୦ର ସ୍ୱତନ୍ତ୍ର, ନୂଆ ପାଠ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଓ ପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରଫେସର (ଡକ୍ଟର) ସି ରାଜ କୁମାର କହିଛନ୍ତି ଯେ, ଭବିଷ୍ୟତର ଶିକ୍ଷାଗ୍ରହଣ ପଦ୍ଧତି ବିବିଧ-ଶୃଙ୍ଖଳାର ହେବ ଯେଉଁଠାରେ ବିଶ୍ୱ ସ୍ତରୀୟ ଫାକଲଟିଙ୍କ ଯୋଗଦାନ ଜରିଆରେ ଶିକ୍ଷାଦାନ ପଦ୍ଧତିରେଉତମ ଗୁୁରୁତ୍ୱ ଓ ଉତମ ଗଭୀରତାକୁ ନିଶ୍ଚିତ କରାଯାଇପାରିବ, ଯାହା ଛାତ୍ର ତ୍ରୀଙ୍କ ଉଚ୍ଚ ସ୍ତରର ସଂପୃକ୍ତି ଓ ଉଚ୍ଚଶିକ୍ଷାରେ ସାମଗ୍ରିକ ଅନୁଭୂତି ଆଣିବ । “ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଭୟ ଅଣ୍ଡରଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଉଚ୍ଚ ମାନର ଫାକଲଟିକୁ ଧରି ରଖିବା ଏକ ବଡ଼ ଆହ୍ୱାନ । ଏବେ ଭାରତରେ ବିଶ୍ୱବିଦ୍ୟାଳୟ ଓ ନୀତିନିର୍ଧାରକମାନେ ଆନ୍ତର୍ଜାତିକ ର‌୍ୟାଙ୍କିଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି, ଏହା
ହେଉଛି ଏକ ସମୟ ଯେଉଁଠାରେ ଗୁଣାତ୍ମକ ଫାକଲଟି ବିଭିନ୍ନ ଅଂଶୀଦାରଙ୍କ ଯାଂଚ ସାମ୍ନା କରୁଛନ୍ତି । ଆମେ ଆମର
ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୂତନତ୍ୱ, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ବିକାଶ ଓ ଉଦ୍ୟମିତାର ପରିବର୍ତନ ବାର୍ତାବହ ଭାବେ
ବିକଶିତ କରିବାକୁ ଚାହୁଛୁ ବୋଲି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୧୦ ସୂତ୍ରୀ ଅଭିବୃଦ୍ଧି ଓ ସଂସ୍କାର ଯୋଜନା ବିଷୟରେ ବର୍ଣ୍ଣନା କରିବା ବେଳେ ଡକ୍ଟର ରାଜ କୁମାର କହିଛନ୍ତି ।’’ ଜେଜିୟୁର ଦୃଷ୍ଟିକୋଣ ଓ ଲକ୍ଷ୍ୟର ମୂଳରେ ରହିଛି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷର ରୋଲ୍ ମଡେଲ୍ ହେବା ଓ ବିଶ୍ୱରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରେ ସ୍ଥାନ ପାଇବା ଲାଗି ଆମର ଅଭିଳାଷ ରହିଛି । ୨୦୨୦ରେ ଜେଜିୟୁ ପ୍ରଦାନ କରିବାକୁ ଥିବା ନୂଆ କାର୍ଯ୍ୟକ୍ରମଗୁଡ଼ିକର ତାଲିକା ଏଠାରେ ପ୍ରଦାନ କରାଯାଇଛି: ବି.ଏ. (ଅନର୍ସ) (ପଲଟିକାଲ ସାଇନ୍ସ) ବି.ଏ. (ଅନର୍ସ) (ପଲଟିକାଲ ସାଇନ୍ସ ଆଣ୍ଡ୍ ପଲିସି) ବି.ଏ. (ଅନର୍ସ) (ଲିଗାଲ ଷ୍ଟଡିଜ୍) ଏମ୍.ଏ. (ଇନୋନମିକ୍ସ) ବର୍ତମାନ, ସାରା ବିଶ୍ୱରୁ ଅତି ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଅଭିଜ୍ଞ ଫାକଲଟି ଓ ଷ୍ଟାଫ୍ଙ୍କୁ ନିଯୁକ୍ତି ପ୍ରଦାନ କରି ଓ ପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଗବିତ-ଏହାର ୫୧ ପ୍ରତିଶତ ଫାକଲଟି ସଦସ୍ୟ ହେଉଛନ୍ତି ସାରା ବିଶ୍ୱର ଶ୍ରେଷ୍ଠ ୨୦୦ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟରୁ ଆସିଛନ୍ତି ।

ବଳକା ୪୯ ପ୍ରତିଶତ ଫାକଲଟି ପ୍ରସିଦ୍ଧ କେନ୍ଦ୍ରୀୟ/ରାଜ୍ୟ ବିଶ୍ୱବିଦ୍ୟାଳୟ/ଆଇଆଇଟି/ଆଇଆଇଏମଗୁଡ଼ିକରୁ ଆସିଛନ୍ତି । ପୁନଶ୍ଚ, ଜେଜିୟୁର ଫାଲକଟି ସଦସ୍ୟ ୩୦ଟି ବିଭିନ୍ନ ରାଷ୍ଟ୍ରରୁ ଆସିଛନ୍ତି । ପ୍ରଫେସର (ଡକ୍ଟର) ସି ରାଜ କୁମାର କହିଛନ୍ତି ଯେ ଜେଜିୟୁ ଭଳି ଭାରତୀୟ ବିଶ୍ୱବିଦ୍ୟାଳୟ ଏହା ଜରିଆରେ ଉକ୍ରର୍ଷ ଓ ବିଶ୍ୱ ସ୍ତରୀୟ ମାନ୍ୟତା ହାସଲ କରିପାରିବ । ନିକଟରେ ଏମଏଚଆରଡିର ନୀତି ଦଲିଲ ଯାହା ଅଂଶୀଦାରଙ୍କ ମତାମତ
ପାଇଁ ଉପଲବ୍ଧ ହୋଇଛି ସେଥିରେ ଉଲ୍ଲେଖ ରହିଛି ଯେ “ଭାରତରେ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ସୃଷ୍ଟି କରିବା ଲାଗି “ବିଶ୍ୱ ସ୍ତରରେ ଉଚ୍ଚ ର‌୍ୟାଙ୍କ ହାସଲ କରିଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଏକ ଉତମ ପରିମାଣର ଯୋଗ୍ୟତା ସମ୍ପନ୍ନ ଫାକଲଟି ଆବଶ୍ୟକ ।’’
ବି.ଏ. (ଅନର୍ସ) ଇନ୍ ପଲଟିକାଲ ସାଇନ୍ସ ହେଉଛି ଏକ ତିନି ବର୍ଷିଆ ଅଣ୍ଡର ଗ୍ରାଜୁଏଟ କାର୍ଯ୍ୟକ୍ରମ ଯାହା ଆମେ ବାସ
କରୁଥିବା ଦୁନିଆରେ ଘଟୁଥିବା ରାଜନୈତିକ ଉତଥାନ ସମ୍ପର୍କିତ ଏକ ଉତ୍ସର୍ଗୀକୃତ ଶିକ୍ଷା । ଏହି ଡିଗ୍ରି ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସବୁ ସ୍ତର ଓ ପ୍ରକାରର ରାଜନୀତି ଯଥା ସ୍ଥାନୀୟ, ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବି.ଏ. (ଅନର୍ସ) ଇନ ପଲଟିକାଲ ସାଇନ୍ସ ଆଣ୍ଡ୍ ପଲିସି ହେଉଛି ଭାରତରେ ଏକ ସ୍ୱତନ୍ତ୍ର ଓ ଆନ୍ତଃ ଶୃଙ୍ଖଳା କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ବିଜ୍ଞାନର ମତ ଏବଂ
ସେମାନଙ୍କ ପ୍ରୟୋଗ ଉପରେ ଉତମ ଜ୍ଞାନ ପ୍ରଦାନ କରିବ । ବି.ଏ. (ଅନର୍ସ) (ଲିଗାଲ ଷ୍ଟଡିଜ) ଜରିଆରେ ଯୁବ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନଗତ ଭାବନାକୁ ସମୃଦ୍ଧ କରିବ ଏବଂ ଭବିଷ୍ୟତରେ ଆଇଡ଼ ଏବଂ ସାମାଜିକ ବିଜ୍ଞାନ
ପଢ଼ିବାର ସୁଦୃଢ଼ ମୂଳଦୁଆ ଗଠନ କରିବ କିମ୍ବା ଆଇନ ଓ ଆନୁଷଂଗିକ କ୍ଷେତ୍ରରେ ସେମାନେ ପ୍ରବେଶ କରିପାରିବେ ।
ଏହା ହେଉଛି ଲିଗାଲ ଷ୍ଟଡିଜ୍ ଉପରେ ପ୍ରଥମ ଧରଣର ବିବିଧଶୃଙ୍ଖଳା ଅଣ୍ଡରଗ୍ରାଜୁଏଟ ଡିଗ୍ରି ଯାହା ୨୦୨୦-୨୧
ଶିକ୍ଷା ବର୍ଷରୁ ଆରମ୍ଭ ହେବ । ଏମ୍.ଏ. (ଇକୋନୋମିକ୍ସ) ପାଠ୍ୟକ୍ରମ ଏବେ ଭାରତ ଓ
ବିଦେଶର ଅଧିକାଂଶ ସ୍ଥାନରେ ପଢ଼ାଯାଉଥିବା ପୋଷ୍ଟ ଗ୍ରାଜୁଏଟ ଅର୍ଥନୀତି ପାଠ୍ୟକ୍ରମରେ ରହିଥିବା ଅଭାବକୁ
ଦୂର କରିବ । ଏହି ପାଠ୍ୟକ୍ରମ ଏଭଳି ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବ ଯାହାର ଚାହିଦା ଆଗାମୀ ଭବିଷ୍ୟତରେ ଶିକ୍ଷାରେ ଉକ୍ରର୍ଷ ଉପରେ ଗୁରୁତ୍ୱ ଦିଆଯିବ, ନିଗମର ନୀତି ନିର୍ଧାରଣ ଟିମ, କନସଲଟାନ୍ସି କଂପାନି, ନନ-ପ୍ରଫିଟ ଅର୍ଗାନାଇଜେସନ ଏବଂ ଜାତୀୟ, ରାଜ୍ୟ ଏବଂ ସ୍ଥାନୀୟ ସ୍ତରରେ ସରକାର ଆଦିରେ ବହୁତ ଚାହିଦା ରହିବ । ସାମାଜିକ ପ୍ରଶାସନରେ ନୀତି ନିର୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କିନ୍ତୁ ନୀତିକୁ ଅର୍ଥନୈତିକ ଅଭିବୃଦ୍ଧିରେ ପରିଣତ କରିବା ଲାଗି ତୃଣମୂଳ ସ୍ତରରେ ତାହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ସୁଦର୍ଶନ ରାମସ୍ୱାମୀ, ଡିନ୍, ଜିନ୍ଦଲ ସ୍କୁଲ ଅଫ ଗଭର୍ଣ୍ଣମେଂଟ୍ ଆଣ୍ଡ୍ ପଲିସି କହିଛନ୍ତି ଯେ, “ଡକ୍ଟର କସ୍ତୁରୀରଙ୍ଗନ ଏବଂ ଫିଲ୍ଡ ମେଡାଲ୍ ବିଜେତା ଗଣିତଜ୍ଞ ମଂଜୁଲ ଭାର୍ଗବଙ୍କ ଭଳି ବିଶିଷ୍ଟ ବ୍ରକ୍ତିଙ୍କ ଦ୍ୱାରା ନୂଆ ଶିକ୍ଷା ନୀତି ୨୦୧୯ର ଚିଠା ପ୍ରସ୍ତୁତ କରାଯାଇଛି । ଏକ ନୀତି ସେତେବେଳେ ଭଲ ବୋଲି ବିଚାର କରାଯିବ ଯେତେବେଳେ ଏହାର ନିର୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରିବ-ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ବୃହତ, ବିବିଧ-
ଶୃଙ୍ଖଳାର ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ସ୍ୱୀକୃତିପ୍ରାପ୍ତ କଲେଜ, ଶିକ୍ଷକ ମଣ୍ଡଳୀ ପାଇଁ ଟେନ୍ୟୁର-ଟ୍ରାକ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦ୍ୱାରା ସ୍ୱୟଂଶାସିତ ଓ ସରକାରୀ ନିୟନ୍ତ୍ରଣମୁକ୍ତ ହେବା ବାସ୍ତବରେ ହାସଲ ହୋଇପାରିବ । ଏକ ନୀତି କେବଳ କାହିଁକ ଏବଂ କଣ ପାଇଁ ହେବ ତାହା ନୁହେଁ କିଭଳି ହେବ ତାହା ରହିବା ଦରକାର । ପ୍ରକ୍ରିୟା ଏବଂ ପଦ୍ଧତି ଉପରେ ବହୁତ କିଛି ନିର୍ଭର କରୁଛି ଯାହାକୁ ସର୍ବଦା ପ୍ରଶାସନିକ ଲକ୍ଷ୍ୟଚ୍ୟୁତ ବିପଦ ସହିତ ଲଢ଼େଇ କରିବାକୁ ପଡ଼ିଥାଏ ।’ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ ଆମେରିକୀୟ ଡଲାରକୁ ସଂପ୍ରସାରିତ କରିବାର ଅର୍ଥ ହେଉଛି ଫ୍ରାନ୍ସ, ବ୍ରିଟେନ, ଜର୍ମାନି ଓ ଜାପାନକୁ ଟପିଯିବା । “ଶ୍ରେଷ୍ଠ ଏବଂ ଉଜ୍ଜ୍ୱଳ ମସ୍ତିଷ୍କକୁ ଆକର୍ଷିତ କରିବା ଲାଗି ଏହି ରାଷ୍ଟ୍ରଗୁଡ଼ିକରେ ବିଶ୍ୱସ୍ତରୀୟ
ବିଶ୍ୱବିଦ୍ୟାଳୟ ରହିଛି । ଭାରତର ଉଚ୍ଚ ଶିକ୍ଷା ମିସନର କେନ୍ଦ୍ରରେ ବିଶ୍ୱ ସ୍ତରୀୟ ମାନଦଣ୍ଡ ଓ ଉଚ୍ଚ ଗୁଣଯୁକ୍ତ ଶିକ୍ଷକ ମଣ୍ଡଳୀ ରହିବା ଦରକାର ଯେଉଁମାନେ ଆମର ଛାତ୍ରଛାତ୍ରୀଙ୍କୁ ସୂଚନାଭିତିକ ପେସାସାର ଓ ନାଗରିକ ହେବା ଲାଗି ବୌଦ୍ଧିକ ଅଭିବୃଦ୍ଧି ଓ ପଥ ପ୍ରଦର୍ଶନ କରିବେ । ଆମର ୯୦୦ ବିଶ୍ୱବିଦ୍ୟାଳୟ ଓ ୩୯,୦୦୦ କଲେଜ ଘରୋଇ ଭାବେ
ପରିଚାଳିତ ହେଉଥିବା ବେଳେ ଭାରତରେ ସାମାଜିକ-ଅର୍ଥନୈତିକ ପରିବର୍ତନର ମୁଖ୍ୟ ଦୂତ ହେଉଛି ଉଚ୍ଚ ଶିକ୍ଷାରେ ଘରୋଇ ନିବେଶ ।’’ ବୋଲି ସେ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

September 8, 2026
Strengthening Odisha’s Power Transmission Infrastructure: A New Era of Confidence in Power System of Odisha

Strengthening Odisha’s Power Transmission Infrastructure: A New Era of Confidence in Power System of Odisha

September 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version