No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଲଉଡ଼ି ହେଉଛି ଆମ ପ୍ରଚୀନ ପରମ୍ପରା l ଲଉଡ଼ି ସ୍ୱରୂପ ଭଗବାନ କୃଷ୍ଣ ଗୋପାଳ ମାନଙ୍କ ପାଇଁ ଉଦିଷ୍ଟ l ଅଚୁତା ନନ୍ଦ ମହାପୁରୁଷ ଗୋପାଳ ଓଗାଳ ରଚନା କରିଥିଲେ l ଲଉଡ଼ି ଅର୍ଥାତ ବାଡି଼କୁ ବଜାଇ ଗୋପାଳ ପିଲାମାନେ ଓଗାଳ ଵା ଭଗବାନ କୃଷ୍ଣ ଙ୍କ ନାମ କୀର୍ତ୍ତନ କରିଥାନ୍ତି l ଭଗବାନ କୃଷ୍ଣ ସେହି ନାମ କୀର୍ତ୍ତନ ପାଖରେ ଉପସ୍ଥିତ ହୋଇ ଜୀବ ଜଗତକୁ ଶାନ୍ତି, ଶୃଙ୍ଖଳା, ଗ୍ୟାନ,
ଆନନ୍ଦ ବିତରଣ କରିଥାନ୍ତି ବୋଲି ଗତ ଶନିବାର ରାତ୍ରରେ ବିରିଡିବ୍ଲକ ଅନ୍ତର୍ଗତ ଚେକାମାଳ ଗ୍ରାମର ତ୍ରିନାଥ ପୂଜା କମିଟି ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଲଉଡ଼ି ମେଳାରେ ବାରେଣ୍ୟ ଅତିଥିତି ମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି l
ସମୀର କୁମାର ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଅତିଥିତି ଭାବେ ବରିଷ୍ଠ ବିଜେଡି ନେତା ନୃସିଂହ କୁମାର ଦାଶ, ନେତ୍ରା ନନ୍ଦ ପାତ୍ର, ପଣ୍ଡିତ ରୂପକ ହୋତା, ଶିକ୍ଷକ ପ୍ରଶାନ୍ତ ସାହୁ ଯୋଗଦେଇ ଉପରୋକ୍ତ ମତ ଦେଇଛନ୍ତି l ପ୍ରାରମ୍ଭରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l
ପରେ ରାୟ ରଘୁନାଥପୁର ଗ୍ରାମର ଗୋପାଳ ପିଲାମାନେ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ମୋଟ ବିଭିନ୍ନ ଅଂଚଳର ଆଠ ଗୋଟି ଲଉଡ଼ି ଦଳ ଭାଗ ନେଇ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ l ଆଖ ପାଖ ଅଂଚଳର ବହୁ ଜନସାଧାରଣ ଯୋଗଦେଇ ଲଉଡ଼ି ନୃତ୍ୟ ଵା ଲଉଡ଼ି ଖେଳ କୁ ଉପଭୋଗ କରିଥିଲେ l ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l
No Result
View All Result