ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ଆସାମ :- ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି ,ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି । କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ ଗୋଟିଏ ନିର୍ଦ୍ଧିଷ୍ଟ ମାସରେ ହେବାକୁ ଲାଗିବ ତେବେ ଆମେ ଆଉକିଛି ଭାବି ବସିବା । ଏହିପରି ଏକ ଘଟଣା ଆସାମର ଗୋଟିଏ ଛୋଟ ସୁନ୍ଦର ଗାଁ ଜତିଙ୍ଗାରେ ପ୍ରତ୍ୟକ ବର୍ଷ ଘଟି ଚାଲୁଛି । ପ୍ରତ୍ୟକ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ହଜାର ହଜାର ପକ୍ଷୀ ମୁତ୍ୟୁ ବରଣ କରୁଛନ୍ତି ।
ଜତିଙ୍ଗା ଆସାମର ଉତର କାଛାର ପାହାଡ଼ରେ ଥିବା ଗୋଟିଏ ସୁନ୍ଦର ଭ୍ୟାଲୀ । ଏହି ସ୍ଥାନଟି ବିଶେଷ କରି ନାରଙ୍ଗୀର ବଗିଚା ପାଇଁ ପ୍ରସିଦ୍ଧ ଅଟେ ଓ ଦେଶ ବିଦେଶରୁ ଅନେକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଏହା ସହିତ ପକ୍ଷୀ ମାନଙ୍କର ସମୂହ ମୁର୍ତ୍ୟୁ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ବିଶେଷ କରି ସୀତା ଦିନେ କୁହୁଡି ହେଉଥିବା ସମୟରେ ପକ୍ଷୀମାନଙ୍କର ସମୂହ ମୁର୍ତ୍ୟୁ ଘଟଣା ଦେଖିବାକୁ ମିଳିଥାଏ ,କିନ୍ତୁ ବେଳେବେଳେ କୁହୁଡି ନଥିଲେ ମଧ୍ୟ ଅମାବାସ୍ୟା ରାତିରେ ଏପରି ଘଟଣା ଘଟେ । ଏହି ଘଟଣା ପାଖାପାଖି ସନ୍ଧ୍ୟା ୭ ଟାରୁ ନେଇ ରାତି ୧୦ ଟା ମଧ୍ୟରେ ଘଟେ ।
ଏହି ସ୍ଥାନରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ପ୍ରଜାତିର ପକ୍ଷୀ ମୃତ୍ୟୁ ବରଣ କରନ୍ତି ନାହିଁ ,ବିଭିନ୍ନ ପ୍ରଜାତିର ପକ୍ଷୀ ସମୂହ ମାନେ ମୃତ୍ୟୁ ବରଣ କରିଥାନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରେ ଅନେକ ବିଦେଶାଗତ ପକ୍ଷୀ ମଧ୍ୟ ରହିଥାନ୍ତି । ଯେପରିକି ଏହି ପକ୍ଷୀମାନଙ୍କ ଭିତରେ ରହିଥାନ୍ତି କିଙ୍ଗଫିସର୍ ,ଟାଇଗର ବୈଟନ ଓ ଲିଟିଲି ଏଗ୍ରିଟ ଇତ୍ୟାଦି ପକ୍ଷୀମାନେ ଏହି ରହସ୍ୟ ମୟ ମୃତ୍ୟୁର ଶିକାର ହୋଇଥାନ୍ତି । ଏହି ପକ୍ଷୀମାନଙ୍କର ମୃତ୍ୟୁକୁ ନେଇ ଅନେକ ତର୍କ ସାମ୍ନାକୁ ଆସିଛି । କାରଣ ଆସାମର ଏହି ଜତିଙ୍ଗା ଅଞ୍ଚଳଟି ଅତ୍ୟନ୍ତ ସୌନ୍ଦର୍ଯ୍ୟ ଭରା ଅଞ୍ଚଳ । କିଛି ବୈଜ୍ଞାନିକ ମାନଙ୍କ ମତରେ ଏହି ଦ୍ରୁଲଭ ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ଚୁମ୍ବକୀୟ ଶକ୍ତି । ଆଉ କିଛି ମତ ଦେଇଛନ୍ତି ଯେ କୁହୁଡି ସମୟରେ ଥଣ୍ଡା ପବନ ଜୋରରେ ବହୁଥିବା ବେଳେ ପକ୍ଷୀମାନେ ଅନ୍ଧାରରେ ବାଡେଇ ହୋଇ ମୃତ୍ୟୁର ଶିକାର ହୁଅନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦା ମାନେ ଏହାକୁ ଭୁତପ୍ରେତଙ୍କ ବାଧା ସହିତ ଯୋଡି ଏପରି ଘଟୁଛି ବୋଲି ମତ ଦିଅନ୍ତି ।