୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ମନୁଷ୍ୟ ମାନଙ୍କର ମାର୍ଗ ଦର୍ଶନ ନିମନ୍ତେ ବୁଝାଇଛନ୍ତି । ସଂଖ୍ୟା ଯୋଗ,କର୍ମ ଯୋଗ,ଦର୍ଶନ ଯୋଗ ମାଧ୍ୟମରେ ବିଭିନ୍ନ ସତ୍ ଉପଦେଶ ଦେଇଛନ୍ତି । ଏହି ଦିନ ରେ ପ୍ରତ୍ୟେକ ମନ୍ଦିର,ମଠ ଓ ବ୍ରାହ୍ମଣଙ୍କ ଦ୍ବାରା ଗୀତ ଶ୍ଳୋକ ପାଠ ପଢ଼ା ହୋଇଛି ।

ଜଗନ୍ନାଥ ସଂସ୍କୃତି କୁ ଗୁରୁତ୍ବ ଦେଇ ଏହି ପୂଜା ଓ ସାମୁହିକ ଗୀତା ପାଠ ରାମଚନ୍ଦ୍ର ପୁର ଶାସନ ରେ ଅନୁଷ୍ଠିତ ହୋଇଛି । ଆଜି ପ୍ରାତଃ ସମୟରେ ପଣ୍ଡିତ ଆଲୋକ ତ୍ରିପାଠୀ ପୂଜାଚର୍ନା କରିବା ପରେ ପଣ୍ଡିତ ଶଙ୍କରଷର୍ଣ ଦାଶ,ମନୋରଞ୍ଜନ ପହରାଜ , ଶରତ ମହାପାତ୍ର,

ମନୋଜ ତ୍ରିପାଠୀ, ବାଳକୃଷ୍ଣ ଦାଶ,ବିତି ମିଶ୍ର ପ୍ରମୁଖ ପଣ୍ଡିତ ମାନେ ନିମତ୍ରିତ ହୋଇ ସମୁହକ ଗୀତା ପାଠ କରିଥିଲେ । ପରିଶେଷରେ ହୋମ କରାଯାଇ । ପୂର୍ଣାହୁତି ହୋଇଥିଲା । ଶରତ ତ୍ରିପାଠୀ ଓ ବୀରକିଶୋର ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।














