No Result
View All Result
୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ର ବାର୍ଷିକ ଉତ୍ସବ ଡିସେମ୍ବର 23 ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ, ନୟାଗଡ଼ ତଥା ଅଧ୍ୟକ୍ଷ, କେନ୍ଦୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ (ଭା. ପ୍ର. ସେ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଶ୍ରୀମଣ୍ଡନ କରିଥିଲେ।

ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀ ପ୍ରେମ ଚାନ୍ଦ ମହୋଦୟ ବାର୍ଷିକ ବିବରଣ ପାଠ କରିଥିଲେ। ଶିକ୍ଷେଣତର କ୍ରିୟାକଳାପ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରେ ଡଃ ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଅଧିକାରୀ,
ଶ୍ରୀ ଏସ୍ ଟି ରହମାନ, ପ୍ରାଚାର୍ଯ୍ୟ, ନବୋଦୟ ବିଦ୍ୟାଳୟ ଏବଂ ଶ୍ରୀ ନବକିଶୋର ସେଠୀ, ପିଜିଟି କମ୍ପୁଟର ବିଞାନ ପ୍ରମୁଖ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଚିତ୍ତାକର୍ଷକ ଥିଲା। ବିଦ୍ୟାର୍ଥୀ-ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ମିଡିଆ ତଥା ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ସମ୍ପନ୍ନ ହୋଇଥିଲା ।


No Result
View All Result