୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ୨୦୨୩ରିଖ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରିମୁଳି ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଦ୍ବାରା ଆୟୋଜିତ ଖେଳ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି ।
ଏହି ଉଦଯାପନୀ ଦିବସ ଅବସରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ବିଜେତା ପ୍ରତିଯୋଗୀଙ୍କୁ ନିଜ ହସ୍ତରେ ପୁରସ୍କାର ବିତୋରଣ କରିଥିଲେ ।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳ ଖେଳକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଏବଂ ଓଡିଶା କିପରି ସମସ୍ତ ଖେଳର ପେଣ୍ଠସ୍ଥଳୀ ପାଲଟିବ ସେଥିପାଇଁ ପ୍ରୟାଶ ଜାରି ରହିଛି ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ।
ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ସମେତ ବିଜୁ ଜନତା ଦଳର ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।