୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗଡବାଣିକିଲୋସ୍ଥ ଶହୀଦ ରଘୁ ଦିବାକର ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ସହିତ ଅନ୍ତର୍ନିହିତ ଗୁଣବଳିର ବିକାଶ ନିମନ୍ତେ ତା ୨୧/୧୨/୨୦୨୩ ରିଖରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଯୋଧନ ବେହେରାଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରଥମ ଦିନରେ ଛାତ୍ର ଛାତ୍ରୀ ମାନେ ରଚନା ଓ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଥିଲେ, ଦିତୀୟ ଦିନ ୨୨/୧୨ ରେ ନୃତ୍ୟ,ଗୀତ, ଡ୍ରାମପାଲା ଓ ଏକକ ଅଭିନୟ ମାଧ୍ୟମରେ ନିଶା ନିବାରଣ, ଓ ଭୃଣ ହତ୍ୟା ରୋକିବା ନିମନ୍ତେ ସଚେତନ ବାର୍ତ୍ତା ଦର୍ଶାଇ ଥିଲେ।

ଆସନ୍ତା କାଲି ୨୩/୧୨ ରେ ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଅଧ୍ୟକ୍ଷଶ୍ରୀ ସେଠୀ କହିଛନ୍ତି। କ୍ରିଡ଼ା ପ୍ରତିଯୋଗୀତା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପବିତ୍ର କୁମାର ସେଠୀ ଗତ ୧୮/୧୨ ରେ ଶୁଭାରମ୍ଭ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରିକେଟ, କବାଡି, ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟଫୁଟ ଥ୍ରୋ, ଡିସକସ , ଜାଭଳିନ ଥୋ , ଶହେ, ଦୁଇ ଶହ ଓ ଚାରି ଶହ ମିଟର ଦୌଡ ପ୍ରତିଯୋଗୀତା କରି ଥିବାବେଳେ ବାଳକ ମାନେ ଫୁଟବଲ ଖେଳରେ ଭାଗ ନେଇ ଥିଲେ।

କ୍ରୀଡା ପ୍ରତିଯୋଗିତା ପାଇଁ ନୋଡାଲ ଅଧିକାରୀ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ସମରଜିତ ସାହୁ ଉଭୟ କ୍ରୀଡା ଓ ସଙ୍କୃତିକ ପ୍ରତିଯୋଗୀତାର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ। ଆସନ୍ତା ଦିନ ମାନଙ୍କରେ ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ନିକଟ ଗ୍ରାମ ଗୁଡ଼ିକରେ ଆୟୋଜନ କରି ୨୯/୧୨ ରେ ଉଦଯାପନୀ ଉତ୍ସବ ପାଳନ ପାଈଁ ଲକ୍ଷ୍ୟ ରଖାଯାଇଥବା ସୂଚନା ଅଧ୍ୟକ୍ଷ ଶ୍ରୀ ପବିତ୍ର କୁମାର ସେଠି ଜଣାଇଛନ୍ତି।
ସମସ୍ତଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ଥ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ଏହି କାର୍ଯ୍ୟକ୍ରମ ପାଇଁ ଖୁସୀ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରି ନବୀନ ସରକାରଙ୍କ ଜୟ ଗାନ କରିଥିଲେ.
















