୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୋଲଗଡ/ବେଗୁନିଆ :-> ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବର ପଶ୍ଚିମେଶ୍ୱର ଦେଵ ସରକାରି ଉଚ୍ଚ ବିଦ୍ୟାଳୟର ୪୪ ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିବନ୍ଧୁ ତ୍ରିପାଠୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବୋଲଗଡ ପଞ୍ଚାୟତ ସମିତି ଉପାଧକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଓ ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କର ଶିକ୍ଷ୍ୟା ସହ କଳାତ୍ମକ ଗୁଣ ବିକାଶକୁ ଗୁଣାତ୍ମକ କରିବା ଦିଗରେ ଆଲୋକ ପାତ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନେ – ଶ୍ରୀଯୁକ୍ତ ନାରାୟଣ ବେହେରା,
ଶ୍ରୀଯୁକ୍ତ ରଘୁନାଥ ଦଳବେହେରା, ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରତିହାରୀ, ଶ୍ରୀଯୁକ୍ତ ସୁଶୀଳ କୁମାର ସାହୁ, ଭକ୍ତ ଚରଣ ବିଦ୍ୟାପୀଠ ସାନପଦରର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ସ୍ଥାନୀୟ ଗୋପାଳପୁର ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ବାରିକ, ମୋ ବିଦ୍ୟାଳୟ ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ବଳକୃଷ୍ନ ନାୟକ, ପୂର୍ବତନ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମାନ୍ଧାତା, ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ମାଧ୍ୟମରେ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସମୁଦାୟ ୧୬୫ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସଭା ଆରମ୍ଭରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମୁଖ୍ୟ ଅତିଥି ଉପସ୍ଥିତ ଅତିଥି ମାନଙ୍କ ସହ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ,ଧୂପ, ନୈବେଦ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।
ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ପଠନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ଗୁରମା ପ୍ରଣତି ସାହୁ ଓ ପ୍ରାକ୍ତନ ଛାତ୍ରୀ ସରିତା ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ନିର୍ଦ୍ଦେଶନା ଦେଇ ମଞ୍ଚରେ ପରିବେଷଣ କରାଇଥିଲେ। ଗୁରୁ ନିରଞ୍ଜନ ସାହୁଙ୍କ ତାଲିମ କ୍ରମେ ବିଦ୍ୟାଳୟର କିଛି ଛାତ୍ର ପାଇକ ଆଖଡ଼ା ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଖୁସି ଓ ଉତ୍ସାହ ଭରି ଦେଇଥିଲେ।
ମଂଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିଜୟ କୁମାର ବେହେରା ଅତି ସୁନ୍ଦର ଭାବରେ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବକୁ ସାକାର କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହକର୍ମୀ, ଛାତ୍ର ଛାତ୍ରୀ ଓ ଗ୍ରାମ ବାସୀ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ଉପସ୍ଥିତ ଅତିଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଞ୍ଚସ୍ଥ ପାଇକ ଆଖଡ଼ାରେ ଖୁସୀ ହୋଇ ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କାର ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଓ ଅତିଥି ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥଲା।ସର୍ବ ଶେଷରେ ବିଦ୍ୟାଳୟର ଗୁରୁଜୀ ବସନ୍ତ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ।