- ମଣିନାଗ ପୀଠର ରୂପାନ୍ତରିତ :- ୪ କୋଟି ୯୨ ଲକ୍ଷ ଟଙ୍କା
- ଜଗନ୍ନାଥ ମନ୍ଦିର ରୂପାନ୍ତରିତ :- ୪ କୋଟି ୪୮ ଲକ୍ଷ ଟଙ୍କା
- ବାଘସାମନ୍ତ ପଡିଆ ଉନ୍ନତି କରଣ :- ୧ କୋଟି ୨୦ ଲକ୍ଷ ଟଙ୍କା
୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରିତ ହେବା ପାଇଁ ଆଜି ଶୁଭ ଦିଆଯାଇଛି । ଏକ ବନ୍ନାଢ୍ୟ ପରିବେଶରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ ଅଧକ୍ଷ ସତ୍ୟନାରାୟନ ପ୍ରଧାନ ଆଜି ଏହି ମନ୍ଦିର ରୂପାନ୍ତରୁତ ପାଇଁ ନଡିଆ ବାଢେଇ ଶୁଭାରମ୍ବ କରିଛନ୍ତି ।

ଯାହାଫଳରେ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିର ଝଲସିବ । ଆଜି ପ୍ରଥମେ ବିଧାୟକ ଶ୍ରୀ ପ୍ରଧାନ ତଳ ମଣିନାଗ ପୀଠରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । କଛି ମାସ ତଳେ ତତକାଳିନ ୫ ଟି ସଚିବ ଭି.କେ ପାଣ୍ଡିଆନ ରଣପୁର ଗ୍ରସ୍ତ କରି ଏହି ୨ ମନ୍ଦିର ପରିଦର୍ଶନ କରିଥିଲେ । ଏବେ ଏହି ମନ୍ଦିର ରୂପାନ୍ତରିତ ହେବବାକୁ ଯାଉଛି ।
ମଣିନାଗ ପୀଠର ରୂପାନ୍ତରିତ :

ମଣିନାଗ ପୀଠର ରୂପାନ୍ତରିତ ଓ ଉନ୍ନତି କରଣ ପାଇଁ ୪ କୋଟି ୯୨ ଲକ୍ଷ ଟଙ୍କା ବେୟକରାଯିବ । ଏଠାରେ ବିଧାୟକ ଶ୍ରୀ ପ୍ରଧାନ ଙ୍କ ସମେତ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟନାୟକ, ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି,ସାଂସଦ ଙ୍କ ପ୍ରତିନିଧୀ ସ୍ୱରାଜ ମହାନ୍ତି, ବିଜେଡି ସଭାପତି ସଚିକାନ୍ତ ସଢଙ୍ଗି ,ବିଜେଡି ନଗର ସଭାପତି ଲିଙ୍ଗରାଜ ନାୟକ,
ଜଗନ୍ନାଥ ମନ୍ଦିର ରୂପାନ୍ତରିତ :

ବନମାଳୀ ମହାପାତ୍ର. ମଣିନାଗ ଟ୍ରଷ୍ଟର ଗୋପାଳଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ମିଶ୍ର, ଶୁଭେନ୍ଦ୍ର କୁମାର ସିଂଦେଓ,ଚିତରଞନ ମହାପାତ୍ର,ରାଜେଶ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରେ ଏକ ଶୋଭାଯାତା ବିଧାୟକ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂ ଥିଲେ ।

ସେଠାରେ ସ୍ଥାନୀୟ ତହସିଲଦାର ରବିନ ଚଚ୍ଚ୍ିଲ ମିଶ୍ର ,ମନ୍ଦିର ମ୍ୟାନେଜର ରମେଶଚନ୍ଦ୍ର ପ୍ରଧାନ ଓ ମନ୍ଦିର ସେବାୟକ ବିଧାୟକ ଙ୍କୁ ପାଛୋଟି ନେଇଥିଲେ । ଜଗନ୍ନାଥ ଦର୍ଶନ ପରେ ବିଧାୟକ ନଡିଆ ବାଡାଇ ଜଗନ୍ନାଥ ମନ୍ଦିର ୪ କୋଟି ୪୮ ଲକ୍ଷ ଟଙ୍କା ବିନିିିମୟରେ ମନ୍ଦିର ରୂପାନ୍ତରଣ ର ଶୁଭାରମ୍ଭ କରିଥିଲେ ।
ବାଘସାମନ୍ତ ପଡିଆ ଉନ୍ନତି କରଣ :

ପରେ ରଣପୁର ମିନିଷ୍ଟାଡିୟମ (ବାଘସାମନ୍ତ ପଡିଆ) ଉନ୍ନତି କରଣ ପାଇଁ ୧ କୋଟି ୨୦ ଲକ୍ଷ ଓ ପୃର୍ତ ବିଭାଗ ରାସ୍ତା ପ୍ରଶୋସ୍ତି କରଣ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ବେୟରେ ରାସ୍ତାର ଶିଲାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନର୍ମଦା ରାୟ ,ପ୍ରତିଭା ସାହୁ ,ଏନଏସି କାର୍ଯ୍ୟନିବାହୀ ଅଧିକାରୀ ରଞନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
















