୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :-> ଆସନ୍ତା ଜାନୁଆରୀ ୧୫ତାରିଖ ରେ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ଧନଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ଡିସେମ୍ବର ୨୨ତାରିଖ ରେ ଅନୁଷ୍ଠିତ ହେବ ବୋଲି ଆଜି କାର୍ଯ୍ୟ କରି ବୈଠକରେ ଆଲୋଚନା ହେଇ ଥିଲା । ସେହିପରି ଧନଯାତ୍ରା କଳାକାର ମାନେ ସମ୍ବଲପୁରୀ ଭାଷାରେ ମଧ୍ୟ ମଝିରେ ସଂଳାପ କହିବେ ।
ଚଳିତ ଥର ରଙ୍ଗ ମହଲ ଏବଂ ରାଜଦରବାରରେ ଅତ୍ୟାଧୁନିକ ଢାଞ୍ଚା ରେ ତିଆରି ହେବ। ସେହିଭଳି ଆଲୋକ ଓ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ସ୍ଥିର କରାଯାଇଥିଲା । ନୂତନ ରାଜ ମହଲ ନଦିପଡା ସ୍ଥିତ ଜି ଡି ଗୋୟଲ ଧର୍ମଶାଳା ଭାବେ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଥିଲା ।
ସଭାରେ ମହୋତ୍ସବ କମିଟି ର ସଭାପତି ତଥା ଜିଲ୍ଲାପାଳ ମନିଷା ବାନାର୍ଜୀ ଆଧକ୍ଷାତା କରି ଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଅତାବିରା ବିଧାୟିକା ସ୍ନେହାଗିନି ଛୁରିଆ, ମୁନିସିପଳିଟୀ ଆଧକ୍ଷା କଳ୍ପନା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା ପ୍ରମୁଖ ମଞ୍ଚା ସିନ ଥିଲେ ।