ଆର,ଉଦୟଗିରିରେ ବ୍ଳକସ୍ତରୀୟ ଉଦୟ ମହୋତ୍ସବ ଉଦଘାଟନ

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକସ୍ତରୀୟ ଉଦୟନାଥ ମହୋତ୍ସବ ଅନୁଷ୍ଠିତ ପାଇଁ ମହେନ୍ଦ୍ରଗିରି ପର୍ବରୁ ମସଲା ବିଭିନ୍ନ ବ୍ଳକ ପରିକ୍ରମା କରି ଆର, ଉଦୟଗିରି ବ୍ଳକର ବ୍ଳକ ବିଡିଓ ମଶାଲାକୁ ସ୍ବାଗତ କରିବା ସହ ବ୍ଳକ ନେଇ କାର୍ଯ୍ୟାଳୟ ରଖିଥିଲେ । ମହୋତ୍ସବ ପ୍ରଥମ ଦିନରେ ବ୍ଳକ କାର୍ଯ୍ୟାଳୟରୁ ବହୁ ଆଡମ୍ବରରେ ମଶାଲକୁ ଶିବ ମନ୍ଦିର ପଡିଆକୁ ନିଆଯାଇଥିଲା ।

ଲୋକକଳାର ବିକାଶ ତଥା ଗ୍ରାମାଞ୍ଚଳରେ ରହୁଥିବା କଳାକାରଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଜିଲ୍ଲାର ଐତିହ୍ୟ ଓ ପରମ୍ପରାର ପୁନରୁଦ୍ଧାରଓ ପ୍ରଶାସନ ଦ୍ବାରା ଗୋଷ୍ଠୀର ସମୂହ ଉନ୍ନତିର ବାସ୍ତବ ଚିତ୍ରକୁ ସର୍ବ ସାଧାରଣରେ ପ୍ରଦଶିତ ତଥା ବଡଦିନ ନୂଆବର୍ଷ, ପୋଙ୍ଗଲ ଉତ୍ସବ ଓ କୃଷି ଉପାଦିତ ,

ଦ୍ରବ୍ୟ ଘରକୁ ଆଣିବା ପରର ସଙ୍ଗୀତ ମୂହୁର୍ତରେ ଟିକେ ହସ ଭରିଦେବା ପାଇଁ ଗଜପତି ଜିଲ୍ଲା ଆର,ଉଦୟଗିରି ସଦର ମହକୁମା ସ୍ଥିତ ଶିବ ମନ୍ଦିର ପଡିଆରେ ବ୍ଳକସ୍ତରୀୟ ଉଦୟନାଥ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଘାଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଏବଂ କଳାକାର ଉପସ୍ଥିତ ହୋଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ ।

ଉତ୍ସବର ଦିନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତ୍ରିରୁପତି ରାଓ, ମୋହନା ନିର୍ବାଚନ ବିଧାୟକ ଦାଶରଥି ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବିଡିଓ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,ଲରିମନ ଖର୍ସେଲ, ତହସିଲଦାର ଜ୍ୟେତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମି ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ସଭ୍ୟ ଦଣ୍ଡପାଣି ବଡମୁଣ୍ଡି,

ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ରୋଗେଇସିଂ ବିଦ୍ୟାଳୟ ଶିକ୍ଷକ ଫିଲିମନ ପାଲ ଏବଂ ଦୋଘରିଆ ହାଇସ୍କୁଲ ଛାତ୍ରୀ ଅଭ୍ୟର୍ଥନା ଗୀତ ଗାନ କରିଥିଲେ । ବ୍ଳକର ବିଭିନ୍ନ ଗ୍ରାମଞ୍ଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟଗୀତ ପରିବେଷଣ କରିଥିଲେ । ଅତିଥୀମାନେ ବିଭିନ୍ନ ପ୍ରତିଯୋଗିତା ପମ୍ମାନିତ କରିଥିଲେ ।

ଉଳ ଉତ୍ସବରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗଣମାଧମ ପ୍ରତିନିଧି, ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ବେଛାସେବୀ, ସଙ୍ଗଠନ ଓ କେତେକ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରତ୍ର ପ୍ରଦାନ କରିଥିଲେ । ବ୍ଳକ ବିଭିନ୍ନ ଅଞ୍ଚଳରୁ ଆସିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।