୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁରେ ବିଜେଡ଼ି ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ।ଟ୍ରେନର ଭାବେ ଦଳର ରାଜ୍ୟ ମୁଖପାତ୍ର ସଂଜୀବ କୁମାର ବାବୁ ଓ ଅନ୍ୟତମ ଟ୍ରେନର ଗୌତମ ବୁଦ୍ଧ ଦାସ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମ ଦିବସରେ ଶେରଗଡ଼ ବ୍ଲକର ୩ ଜୋନରୁ ପ୍ରାୟ ୨ ହଜାର କର୍ମୀ ପ୍ରଶିକ୍ଷିତ ହୋଇଥିଲେ।
ଦ୍ଵିତୀୟ ଦିବସରେ ପ୍ରଶିକ୍ଷଣ ଶିବିରକୁ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଉଦଘାଟନ କରିଥିଲେ।ତୃତୀୟ ଦିବସରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ।ପ୍ରତ୍ୟହ ୩ ଟି ପର୍ଯ୍ୟାୟରେ ଉପସ୍ଥିତ ଥିବା ସକ୍ରି କର୍ମୀଙ୍କୁ ତୃଣ ମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ୫୦%ରୁ ଉର୍ଦ୍ଧ୍ବ ଭୋଟ ବିଜେଡ଼ି ଅକ୍ତିଆର କରିବାର ରଣନୀତି,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଓ ଘରେ ଘରେ ଶଙ୍ଖ ନାଦର ଜନ ସଚେତନତା କରିବା ନିମନ୍ତେ ବିଜେଡି କର୍ମୀଙ୍କୁ ସଂକଳ୍ପ କରାଇଥିଲେ।
ଅନ୍ତିମରେ ଟ୍ରେନର ଦ୍ୱୟଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଶିକ୍ଷଣ ଶିବିରରେ ଶେରଗଡ଼ ବ୍ଲକରୁ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ମହାପାତ୍ର,ହୀନ ବେହେରା,ବରୁଣ ପୋଲେଇ,ସମୀର ପ୍ରଧାନ,ହିଞ୍ଜିଳିକାଟୁ ବ୍ଲକ ଓ ପୋୖରାଞ୍ଚଳରୁ ଜିଲ୍ଲା ଯୋଜନା ବୋର୍ଡ଼ ବିଶେଷଙ୍ଗ ସଦସ୍ୟ ଏନ. ରଘୁନାଥ, ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା,
ଏ.ସୁଦର୍ଶନ, ଭି.ରବୀନ୍ଦ୍ର,ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ସମସ୍ତ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ,ସଭ୍ୟ ଓ କର୍ମୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ପ୍ରମୋଦ କୁମାର ପାତ୍ର ସଂଯୋଜନା କରିଥିଲେ।ପୋୖରାଧ୍ୟକ୍ଷ ସୁଚିତ୍ରା କୁମାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ,ପ୍ରଶିକ୍ଷଣ ଶିବିରରେ ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଇ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଥିବା ଜଣାପଡିଛି।














