୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କ୍ରୀଡ଼ା,ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।+୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସସକ୍ତ ଓଡ଼ିଶା ଗଠନ ପାଇଁ ଯୁବ ଏବଂ ଛାତ୍ର ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ କ୍ରୀଡା ,

ସାଂସ୍କୃତିକ ଓ ସାମାଜିକ ବିକାଶ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା,

ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ କ୍ରୀଡା, ସାଂସ୍କୃତିକ,ଏବଂ ସାମାଜିକ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ସ୍ଵତଃ ,ସ୍ପୃତ୍ ଭାବେ ଆଗ୍ରହ ସହକାରେ ଅଂଶ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।















