No Result
View All Result
୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ବଛ୍ଛ ନିର୍ମଳ ଭାବେ ଅନୁପ୍ରାଣିତ ହୋଇ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଲପଡା ବ୍ଳକ ବିଜେଡି କାର୍ଯ୍ୟାଳୟ ଠାରେ ଷାଠିଏ ଜଣ ଯୋଗଦାନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା ବ୍ଳକ ବାଗଦୋର ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ବରେ ଆଜି ବନମାଲ ଗାଁ ର ଗୁଣନିଧି ବିଶ୍ବାଳ, ବିଦ୍ୟାଧର ବିଶ୍ବାଳ,ଯୁଗିନ୍ଦ୍ର ପ୍ରଧାନ,ଲିଙ୍ଗ ବିଶ୍ବାଳ,ମିଟୁ ସାହୁ, ଉପେନ୍ଦ୍ର ପରୁଆ, ଜଳନ୍ଧର ପରୁଆ, ବିଶ୍ଵାମିତ୍ର ବିଶ୍ବାଳ, ଲଛମନ ସା,

ଗୋଳାପ ବରିହା, ଶଶୀ ପ୍ରଧାନ ସମେତ ଅନ୍ୟମାନେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତିରେ ବିଜେଡି ଦଳର ସଦସ୍ୟ ହୋଇଛନ୍ତି ।ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତିମାନେ ନିଜ ବକ୍ତବ୍ୟରେ କହିଛନ୍ତି ଯେ ବିଜେଡି ବିଧାୟକ ସରୋଜ କୁମାର ମେହେର ହେବା ପରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଯେଉଁଭଳି ଭାବେ ଉନ୍ନତି ଓ ବିକାଶ ବଢ଼ିଚାଲିଛି ଓ ବାଗଦୋର ପଞ୍ଚାୟତରେ ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି

ସେଥିପାଇଁ ଆଜି ସଦସ୍ୟତା ଗ୍ରହଣ କରିଅଛୁ ଏବଂ ଆଗାମୀ ୨୦୨୪ ନିର୍ବାଚନ ରେ ବାଗଦୋର ପଞ୍ଚାୟତ ରେ ବିଜୁ ଜନତାଦଳକୁ ବହୁ ସଂଖ୍ୟା ରେ ବିଜୟୀ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାଖୁଡ (ବାପି),ମୁନା ମେହେର,ଶୋଭାକର ବେହେରା, ବୁବୁନୁ ପଟ୍ଟନାୟକ, ଗୌରାଙ୍ଗ ମାହାର,ପ୍ରଶ୍ନ ପାଳ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟ ମାନଙ୍କୁ ସ୍ବାଗତ ଜଣାଇଥିଲେ।


No Result
View All Result