No Result
View All Result
୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ବୁଧବାର ତା ୦୬-୧୨-୨୦୨୩ ଡିସ୍ଚାର୍ଜ ହୋଇଛନ୍ତି । ଏବଂ ଏବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ସେ ଅନ୍ୟ ମାନଙ୍କ ଭଳି କାମ କରିପାରିବେ ବୋଲି ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ସିନିୟର କନସୋଲଟାନ୍ଟ ଡାଃ. ଲଲାଟ ବରୁନ ପାତ୍ର କହିଛନ୍ତି ।
ପେଶେନ୍ଟଙ୍କର କିଡନୀ ସମ୍ବନ୍ଧୀୟ ଅସୁବିଧା ଗତ ୬ ମାସ ତଳେ ଜଣା ପଡିଥିଲା। ତେଣୁକରି ସେ ସେବେଠାରୁ ସପ୍ତାହରେ ୩ ଥର ଡାଈଆଲିସିସ କରାଉଥିଲେ । ଶେଷରେ ତାଙ୍କ ଶାଶୁ ତାଙ୍କର ଗୋଟେ କିଡନୀ ତାଙ୍କ ଜ୍ଵାଇଁଙ୍କୁ ଦେବା ପାଇଁ ନିସ୍ପତି ନେଲେ । ଗତ ମାସ ୨୭.୧୧.୨୦୨୩ ତାରିଖରେ ପୀଡିତଙ୍କ ଠାରେ କିଡନୀ ପ୍ରତିରୋପଣ ହୋଇଥିଲା । ଆଜି ୦୬-୧୨-୨୦୨୩ ପେଶେନ୍ଟ ସମ୍ପୂର୍ଣ ସୁସ୍ଥ ଥିବା ସମୟରେ ହସ୍ପିଟଲରୁ ଡିସ୍ଚାର୍ଜ ହୋଇଛନ୍ତି ।
ଏହି ଜଟିଳ କିଡନୀ ଟ୍ରାନ୍ସପ୍ଳାଣ୍ଟଟେସନ ଉତ୍କଳ ହସ୍ପିଟଲର ପ୍ରଥମ କରି ସଫଳତାର ସହ ସଂପୂର୍ଣ୍ଣ ହୋଇଛି । ଡାଃ. ଲଲାଟ ବରୁନ ପାତ୍ର (ନେଫ୍ରୋଲୋଜି), ଡାଃ. ପବିତ୍ର କୁମାର ମିଶ୍ର (ଉରୋଲୋଜି) ଓ ସପୋର୍ଟ ଟୀମର ଅକ୍ଲାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଥିଲ । ଏହି ଅବସରରେ ଟୀମ ତରଫରୁ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡାଃ. ଆଦିତ୍ଯ ସାମଲ, ମାନେଜିଙ୍ଗ ଡିରେକ୍ଟର ଡାଃ. ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ଚୀଫ ଏକ୍ସେକ୍ୟୁଟିଭ ଅଫିସର ଡାଃ. ଆଶିଷ ଚନ୍ଦ୍ରା ପ୍ରମୁଖଙ୍କୁ ତାଙ୍କୁ ଉସ୍ଚାହିତ କରିଥିବାରୁ ଧନ୍ୟବାଦ ଅପର୍ଣ କରିଥିଲେ ।
No Result
View All Result