No Result
View All Result
୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳି କାଟୁ :-> ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧି ପ୍ରମୁଖ ମଞ୍ଚସିନ ଥିଲେ।

ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମଙ୍କ କଲ୍ୟାଣ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସଶକ୍ତିକରଣ ଦିଗରେ ଆହୁରି ଦୃଢ଼ କରିବା ସଂକଳ୍ପ ରଖିଛନ୍ତି। ସାଧାରଣ ଲୋକଙ୍କ ଭଳି ସେମାନଙ୍କ ସର୍ବବିଧ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ପ୍ରକାର ସହାୟତା ଓ ସହଯୋଗ ଜାରି ରଖିଛନ୍ତି।ଅତିଥିମାନେ ଏଭଳି ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଥିବା ଭିନ୍ନକ୍ଷମଙ୍କୁ ବେଶ ଉତ୍ସାହିତ କରିଥିଲେ।ଶିବିରରେ ସମୁଦାୟ ୩୬୫ଜଣ ଭିନ୍ନକ୍ଷମଙ୍କ ପଞ୍ଜିକୃତ ହୋଇଥିଲା।
ସେଥିମଧ୍ୟରୁ ବିଭିନ୍ନ ପ୍ରକାର ସହାୟତାରେ ଉପକୃତ ହେବା ପାଇଁ ହିତାଧିକାରୀଙ୍କୁ ନିଶ୍ଚିତ ଯାଇଥିଲା।ବିଭିନ୍ନ ସହାୟତା ସହ ଜରୁରୀ ଉପକରଣ ପ୍ରଦାନ ନିମନ୍ତେ ୧୭୮ଜଣ ହିତାଧିକାରୀ ଚିହ୍ନଟ ହୋଇଥିଲା।ଅତିଥିମାନେ ୪ ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ଏବଂ ୩ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରି ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ,ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,

ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା,ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଧାରୀ ବେହେରା,ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ବେହେରା, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ସହକାରୀ ଯନ୍ତ୍ରୀ କେଦାର ପଣ୍ଡା,କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର,ପିଇଓ ସୁଶାନ୍ତ କୁମାର ପାତ୍ର,କାଳୁ ବେହେରା,ବିଜୟ କୁମାର ସେଠୀ,ସୁଶାନ୍ତ କୁମାର ପଟ୍ଟନାୟକ,ବି.ହରି,ଶଙ୍କର ମହାନ୍ତି,ବାସୁଦେବ ବେହେରା,ତ୍ରିଲୋଚନ ଦାସ, ସୁଶାନ୍ତ କୁମାର ମଲ୍ଲିକ,ବିଏଫଟି ବୃନ୍ଦାବନ ଗୌଡ଼,ରମେଶ ଦଳାଇ,ସରପଞ୍ଚ ନିଳାଞ୍ଚଳ ସାହୁ,ଦନାର୍ଦ୍ଦନ ସେଠୀଙ୍କ ସମେତ ସରପଞ୍ଚ,ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ,ଜିଆରଏସ,ସ୍ୱାସ୍ଥ୍ୟ ବିଭାଗ,ଅଗ୍ନିଶମ ବିଭାଗ,ପୋଲିସ,ତହସିଲ ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

No Result
View All Result