No Result
View All Result
୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ସ୍ଥାନୀୟ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନର୍ଲା ଭୁପିନ୍ଦର ସିଂ ଯୋଗଦେଇ ଥିଲେ । ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ଵେଶର ସାହୁ ଏହି ଦିବସର ମହତ୍ତ୍ଵ ତଥା କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଉପରେ ଆଲୋକପାତ କରିଥିଲେ ।
ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ ସାହୁ , ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ , ଉଦ୍ୟାନ ଉପ ନିର୍ଦେଶକ କିଶୋର ମହାଲିଂ,କୃଷି ବିଜ୍ଞାନ କେନ୍ଦ୍ରର ତଥା ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
କୃଷି ବିଭାଗ ତରଫରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତାରେ ସଫଳ ହୋଇଥିବା ଗଣନାଥପୁର ଉନ୍ନୀତ ସରକାରୀ ହାଇସ୍କୁଲର ୬ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଟ୍ରଫି ଓ ମାନ୍ୟପତ୍ର ପ୍ରଦାନ କରାଯାଇଥିଲା । ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପରିସରରେ ଇଫକୋ , କରମଣ୍ଡଳ ଓ ପାରାଦୀପ ଫସଫେଟ ଲିମିଟେଡ ସାର କମ୍ପାନୀ ତରଫରୁ ଷ୍ଟଲର ବ୍ୟବସ୍ଥା କରାଯାଇଥିଲା । ଏହି ସଭାରେ ଭବାନୀପାଟଣା ବ୍ଲକ କୃଷି ଅଧିକାରୀ , କୃଷି କର୍ମଚାରୀ ମାନେ ସାହାଯ୍ୟ ସହଯୋଗ ପ୍ରଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
No Result
View All Result