୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଟଣାଗଡ଼ ପଦ୍ମପୁର ରାସ୍ତା ରେ ପାଢେଲ ଗାଁ ନିକଟରେ ଥିବା ଏକ ବ୍ରିଜ ତଳକୁ ବାଇକ ଖସି କାକା ଓ ପୁତୁରା ଙ୍କ ମୃତ୍ୟୁ ଘଟିଛି । ମୃତ କାକା ଜଣକ ହେଲେ ରାଧୁ ବାଗ( ୫୦) ଓ ତାଙ୍କ ନିଜ ପୁତୁରା ନିଲାଞ୍ଚଳ ବାଗ (୨୫)ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ବୁଡେନ ଥାନା ତେନ୍ତୁଲିଖୁଣ୍ଟି ଗାଁ ର ଦୁଇ କାକା ଓପୁତୁରା କୌଣସି ଏକ କାମରେ ନିଜ ସମୁଦୀ ଙ୍କ ଘର ପାଟଣାଗଡ ଥାନା ଖୁଣ୍ଟଣାପାଣି ଗାଁ କୁ ଆସିଥିଲେ । କାମ ସାରି ଅପରାହ୍ନ ସମୟେ ତାଙ୍କ ବାଇକ ନଂ ଓଡି ୦୪ ଆଜି ୫୯୪୮ ଯୋଗେ ପାଟଣାଗଡ଼ ପଦ୍ମପୁର ରାସ୍ତା ରେ ନିଜ ଗାଁ କୁ ଫେରୁଥିଲେ ।
ପାଟଣାଗଡ ରୁ ପଦ୍ମପୁର ରାସ୍ତା ର ଉଭୟ ପାର୍ଶ୍ଵ ସଂପ୍ରସ୍ତିକରଣ କାମ ଚାଳିଥିବା ବେଳେ ରାସ୍ତା ଟି ଖାଳନାଳ ହେବାସହ ବାଳି ଓ ମାଟି ପଡ଼ି ସଂକିର୍ଣ୍ଣ ହୋଇ ପଡ଼ିଛି । ଅପର ପକ୍ଷରେ ପାଢେଲ ଗାଁ ର ଅନୀତ ଦୂରରେ ଥିବା ବୁଲାଣି ରାସ୍ତା ର ବ୍ରିଜ ତଳକୁ ଭାରସାମ୍ୟ ହରାଇ ବାଇକ ଟି ତଳକୁ ଖସିପଡିଥିଲା । ଯାହା ଫଳରେ ବାଇକ ସହ ବ୍ରିଜ ତଳକୁ କାକା ପୁତୁରା ଖସି ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଇଥିବା ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଘଟଣା ସ୍ଥଳରେ ପୁତୁରା ନିଲାଞ୍ଚଳ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତ୍ବର ହୋଇ ଛଟପଟ ହେଉଥିବା କାକା ରାଧୁ ଙ୍କୁ ଆମୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର କରି ଉପଖଣ୍ଡ ଡାକ୍ତର ଖାନା କୁ ଆଣିଥିଲେ ।
ପ୍ରାଥିମିକ ଚିକତ୍ସା ପରେ ଡାକ୍ତର ରାଧୁ କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ପୁତୁରା ନିଲାଞ୍ଚଳ ଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ ।ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକ ଙ୍କ ଉପସ୍ଥିତି ଉଭୟ କାକା ଓ ପୁତୁରା ଙ୍କ ମୃତ ଦେହ କୁ ଡାକ୍ତର ଖାନା ଶବ ଗୃହ ରେ ରଖା ଯାଇଛି । ଆସନ୍ତା କାଲି ଉଭୟ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି .