No Result
View All Result
୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ହାଇୟର ସେକେଣ୍ଡାରି ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେ-ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦାନ କରିଥିଲେ । ଏବଂ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ଚନ୍ଦ୍ର ବିଶ୍ଵାଳ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ରବତ୍ତା, କଠିନ ପରିଶ୍ରମ କରିବା ଜୀବନର ମୂଳ ଲକ୍ଷ୍ୟ ବୋଲି ଉଦବୋଧନ ଦେଇଥିଲେ। ପ୍ରଥମ ଶ୍ରେଣୀରେ ବିବେକାନନ୍ଦ ବିଦ୍ୟାଳୟ, କୁହୁଡି ଓ ସରକାରୀ ହାଇସ୍କୁଲ, ଆରିକମା-ଯୁଗ୍ମ ଭାବରେ ବିବେଚିତ ହୋଇଛନ୍ତି। ସେହିପରି ସୋମନାଥ ହାଇ ସ୍କୁଲ, ହରିରାଜପୁର, ଜଟଣୀ ଓ କୃପାସିନ୍ଧୁ ହାଇ ସ୍କୁଲ, ଗୋପୀନାଥପୁର ଯୁଗ୍ମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ସରକାରୀ ହାଇସ୍କୁଲ, ପଳାଶୁଣି ଯୋଗ୍ୟ ବିବେଚିତ ହୋଇଛନ୍ତି।
No Result
View All Result