୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ପ୍ରକାଶ ପାଇଲା,ଦଶପଲ୍ଲା ଇତିହାସ ର ଇଂରାଜୀ ସଂସ୍କରଣ ପୁସ୍ତକ । ରବିବାର ସନ୍ଧ୍ୟାରେ ଦଶପଲ୍ଲାର ରାଜ ବଂଶର ଦାୟଦ ଦିଗ୍ ବିଜୟ ଚନ୍ଦ୍ରଦେଓଭଞ୍ଜଙ୍କ ଦ୍ଵାରା ଅନପଚାରିକ ସମାବେଶରେ ଉନ୍ମୋଚିତ ହୋଇଯାଇଛି ଏହି ପୁସ୍ତକ । ସୂଚନାଥାଉକି “ଦଶପଲ୍ଲା ଇତିହାସ “ପୁସ୍ତିକାର ରଚନାକାର ହେଉଛନ୍ତି ନୀଳମଣି ବିଶୋଇ ।
ସେ ତତ୍କାଳିନ ଦଶପଲ୍ଲା ଗଡ଼ଜାତର ସହକାରୀ ଦେୱାନ୍ ଥିବାବେଳେ ୧୯୪୦ ମସିହାରେ ରଚନା କରିଥିଲେ । ତାହା କଟକର ସାରସ୍ଵତ ପ୍ରେସରେ ଛପାଯାଇଥିବା ଜଣାପଡ଼ିଥିବା ବେଳେ ଏହାର ପ୍ରକାଶକ ଥିଲେ ବିବେକର । ଏହି ପୁସ୍ତିକାର ଇଂରାଜୀ ଅନୁବାଦ କରିଛନ୍ତି ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡ ।
ଦଶପଲ୍ଲା ପୁସ୍ତିକାଟି ଦଶପଲ୍ଲାର ରାଜା ଭାବରେ ପରିଚିତ ଶ୍ରୀ ଦିଗ୍ ବିଜୟ ଚନ୍ଦ୍ରଙ୍କ କରକମଳରେ ରାଜପ୍ରସାଦ ପରିସରରେ ଲୋକାର୍ପତ ହୋଇଯାଇଛି । ଏହି ପୁସ୍ତିକାଟି ଉଚ୍ଚତର ଗବେଷଣା ପାଇଁ ସହାୟକ ହେବବୋଲି ଅନୁବାଦକ ଶ୍ରୀ ମହାଖୁଡ଼ ପ୍ରକାଶ କରିଛନ୍ତି ।