No Result
View All Result
୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି । ଭିନ୍ନକ୍ଷମଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସଶକ୍ତ କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରତିବର୍ଷ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଲୟରୁ ବାହାରି ସହର ପରିକ୍ରମା ପୂର୍ବକ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ପହଞ୍ଚିଥିଲା ।
ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଶୁଭାରମ୍ଭ କଲେ । ଜିଲ୍ଲା ରେ଼ଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଡି ଏସ ଏସ ଓ ବୀରେନ୍ଦ୍ର କହଁରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ମନୋଜ ବେହେରା , ଏ ଡି ଏସ ଡ ବ୍ଲୁ ଓ ଦୁଲାଲ ସେନାପତି,ଜିଲ୍ଲା ଭିନ୍ନକ୍ଷମ ମଞ୍ଚ ସଭାପତି ସୁରେଶ ଚୌଧୁରୀ , ଭିନ୍ନକ୍ଷମ ଫେଡେରେସନ ସଭାପତି ହେମନ୍ତ ତାଣ୍ଡି,ଜିଲ୍ଲା ଶ୍ରବଣବାଧିତ ସଂଘ ସଭାପତି ଶୋଭନ ରଥ ଯୋଗ ଦେଇଥିଲେ ।
ଏହି ସମାବେଶରେ ସ୍ଵତନ୍ତ୍ର ବିଦ୍ୟାଳୟ ତଥା ରେଡକ୍ରସ ବଧିର ଓ ଦୃଷ୍ଟି ଦିବ୍ୟାଙ୍ଗ ବିଦ୍ୟାଳୟ ବିଜୁ ପଟ୍ଟନାୟକ ମାନସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଦିବ୍ୟାଙ୍ଗ ଭାଇ ଭଉଣୀ, ଜିଲ୍ଲା ଭିନ୍ନକ୍ଷମ ମଂଚର ସଭ୍ୟ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ୫ ଜଣ ଭିନ୍ନକ୍ଷମଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ୧୦ ଜଣ ଭିନ୍ନକ୍ଷମ ପତି ଓ ପତ୍ନୀଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨.୫୦ ଲକ୍ଷ ଏକ ଦମ୍ପତି ହିସାବରେ ସମୁଦାୟ ୨୫ ଲକ୍ଷ,
୧୦ ଜଣ ଭିନ୍ନକ୍ଷମ ପିତା ମାତାଙ୍କ ପିଲା ମାନେ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଭିନ୍ନ ଫିସ ବାବଦକୁ ୨ ଲକ୍ଷ ୮ ହଜାର ବିବିଏସ୍ଏ ବୃତ୍ତି,୩ ଜଣ ମିଶନ କ୍ଷମତାଙ୍କୁ ୫୦ ହଜାର ହିସାବରେ ସମୁଦାୟ ୧ଲକ୍ଷ ୫୦ ହଜାର ଅତିଥି ମାନେ ପ୍ରଦାନ କରିଥିଲେ । ଜିଲ୍ଲା ଭିନ୍ନକ୍ଷମ କେନ୍ଦ୍ର ଡିଡିଆରସି କଳାହାଣ୍ଡି ଦ୍ଵାରା ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଜୁନାଗଡ଼ ବି ଏସ ଏସ ଓ ତୁଷାର ରଞ୍ଜନ ସାହୁ ସଭା ପରିଚାଳନା ସହ ଧନ୍ୟବାଦ୍ ଦେଇଥିଲେ ।
No Result
View All Result