No Result
View All Result
୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଆନୁକୁଲ୍ୟରେ ସ୍ଥାନୀୟ ରାଧାମୋହନ ଜୀୟୁ ହାଇସ୍କୁଲ ପରିସରରେ ସାମ୍ବାଦିକ ସ୍ଵର୍ଗତ ମୁରଲିଧର ପାଣିଙ୍କ ୩ ୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି , ଅବସର ପ୍ରାପ୍ତ ଜେଲ ଡି ଆ ଜି ଗୋଲକ ବିହାରୀ ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ପରିବେଶଵିତ ପ୍ରଶନ୍ନ କୁମାର ପଣ୍ଡା , ମୁଖ୍ୟ ବକ୍ତା ଭାଵେ ସି ପି ଆଇ (ଏମ) ଜିଲା ସଂପାଦକ ତଥା ଆଡଭୋକେଟ ଶରତ ଚନ୍ଦ୍ର ବେହେରା ,

ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ମଂଚ ର ସଭାପତି ପ୍ରାଣ କୃଷ୍ଣ ଵେହେରା , ସାମ୍ବାଦିକ ଡଃ ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ , ସାମ୍ବାଦିକ ସ୍ବର୍ଗତ ପାଣିଙ୍କ ଗୁଣାବଳୀ , ସାମ୍ବାଦିକତାରେ କାର୍ଯ୍ୟ ଦକ୍ଷତା ପ୍ରଭୃତି ଉପରେ ଅତିଥି ମାନେ ଉଦବୋଧନ ଦେଇଥିଲେ, ସଭାପତି ମହାନ୍ତି ପିଲା ଵେଳେ ସାମ୍ବାଦିକ ପାଣିଙ୍କ ସହିତ କିପରି ସଂପର୍କ ଥିଲା ସେ ବିଷୟରେ ଉଦବୋଧନ ଦେଇଥିଲେ , ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରଭାତ କୁମାର , ମୁରଲିଧର ମହାରଣା , ଡଃ ଅନ୍ତର୍ଯ୍ୟାମୀ ଭୁୟାଁ,

କିଶୋର ଦଳବେହେରା ,ବାବା ପ୍ରାଣବନ୍ଧୁ ବେହେରା, ରବିନ୍ଦ୍ରନାଥ ମିଶ୍ର,ଅରୁଣ ଡାକୁଆ, ,ସୁପ୍ରିୟା ଶ୍ରୀ ଚନ୍ଦନ ପ୍ରମୁଖ ଉଦବୋଧନ ଦେବା ସହ କଵିତା ପାଠ କରିଥିଲେ , ଉତ୍ସବ ରେ ସ୍ବର୍ଗତ ପାଣି ଏବଂ ପ୍ରେସ କ୍ଲବ ର ସଭାପତି ସୁରେଶ ବେହେରାଙ୍କ ଧର୍ମ ପତ୍ନୀଙ୍କ ବିୟୋଗ ରେ ଶୋକ ପ୍ରକାଶ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା ,

ଉତ୍ସବ ରେ ସାମ୍ବାଦିକ ରତ୍ନାକର ହୋତା ସଂଯୋଜନା କରିଥିଲେ ଏବଂ ପରିଶେଷରେ ପ୍ରକାଶ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ, ପୂର୍ବାହ୍ନ ରେ ସାମ୍ବାଦିକ ପାଣିଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମହୁଲିଆ ଠାରେ ଥିବା ବୃଦ୍ଧା ଆଶ୍ରମ ରେ ଥିବା ଅନ୍ତେବାସୀ ଙ୍କୁ ସୁବାସ କୁମାର ପାଣି ତତ୍ୱାବଧାନ ରେ ଫଳ ପାଉଁରୁଟି, ବିସ୍କୁଟ ପ୍ରଭୃତି ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଏବଂ ପଵନସୁତ ସେବା ସମିତି କର୍ମକର୍ତ୍ତାମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା,

No Result
View All Result