No Result
View All Result
୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ଉତ୍କଳ ସେବକ ସମାଜ ଓ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଇଁଷା ର ମିଳିତ ଆନୁକୁଲ୍ୟରେ ଭଇଁଷା ରେ ବିଶ୍ୱ ଏଡିସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ସଚେତନତା ମୂଳକ ବାର୍ତ୍ତା ଲେଖା ଯାଇଥିବା ପ୍ଲା କାଡ ଧରି ଛାତ୍ରଛାତ୍ରୀ ଓ ଲିଂକ ଓ୍ୱର୍କର ପ୍ରକଳ୍ପର କର୍ମୀ ମାନେ ସମସ୍ତେ ମହା ବିଦ୍ୟାଳୟ ରୁ ଭାର ପ୍ରାପ୍ତ ଅଧ୍ୟକ୍ଷା ପତକା ଦେଖାଇ ଶୂଭାରମ୍ଭ କଲାପରେ ଏକ ପଦଯାତ୍ରା ରେ ବାହାରି ଭଇଁଷା ଗ୍ରାମ ପରିକ୍ରମା କରିଥିଲେ। ପରେ ଏକ ସାଧାରଣ ସଭା ଆୟାେଜନ କରାଯାଇଥିଲା ।
ସଭା ରେ ମୂଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ତଥା ସରକାରି ମୂଖ୍ୟ ଉପସଚେତକ ସରୋଜ କୁମାର ମେହେର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘସିଆନ ର ପରିଚାଳକ, ଡାକ୍ତର ଏସ କେ ମିଶ୍ର, ଜ୍ୟେୀତି ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ର ଅଧ୍ୟକ୍ଷା ଆଭାମୟୀ ପଟ୍ଟନାୟକ ଯୋଗଦାନ କରିଥିଲେ। ମୂଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ମାନଂକ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଓ ଛାତ୍ରୀ ମାନଂକ ଦ୍ୱାରା ସ୍ୱାଗତ ଗୀତ ସହିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ମାନ୍ୟବର ବିଧାୟକ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ସହାୟତା ରେ ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ଲିଂକ ଓ୍ୱର୍କର ସ୍କିମ ପ୍ରକଳ୍ପ ର ସଫଳ ପରିଚାଳନା ପାଇଁ ଉତ୍ସାହିତ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ମେହେର ଓ ବେଲାଲ ସିଂ ସେନାପତି ନିଜ ନିଜ ମନ୍ତବ୍ଯ ପ୍ରଦାନ କରିଥିଲେ। ଉତ୍କଳ ସେବକ ସମାଜର ର ଜିଲ୍ଲା ସଂଯୋଜକ ଶ୍ରୀ ମହେନ୍ଦ୍ର ନନ୍ଦ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର କର୍ମ କର୍ତ୍ତା ଓ ପ୍ରକଳ୍ପର ସମସ୍ତ କର୍ମୀ ମାନଂକ ସହଯୋଗ ରେ ସମସ୍ତ କାର୍ୟ୍ଯ କ୍ରମ ସଫଳତା ର ସହିତ ଅନୁଷ୍ଠିତ ହୋଇଥିଲା।
No Result
View All Result