ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୧୬ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର , ଟେଲିଗ୍ରାଫ୍ ( ଇଂଗ୍ରାଜୀ ) ପେପର୍ ର କର୍ତ୍ତବ୍ୟରତ, ଗଣମାଧ୍ୟମ ପ୍ରତିନିଧି ଫଟୋ ସାମ୍ଵାଦିକ ଅଶ୍ୱିନ୍ କୁମାର ପତି ଙ୍କୁ କରୋନା ଯୋଦ୍ଧା ଭାବେ ସତ୍ୟ ନଗର ଲେଡିଜ୍ ଫୋରମ୍ ପକ୍ଷରୁ ଏକ ଆୟୋଜିତ ସଭାରେ ସମ୍ଵର୍ଦ୍ଧନା କରିଛନ୍ତି । ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଗୁରୁବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ମହିଳା କମିଶନ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀକୁ ଭୟ ନକରି ନିଜ କର୍ତ୍ତବ୍ୟରେ ଅଟଳ ରହିଥିବା ଯୋଦ୍ଧା ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଭିଡି ଯୋଦ୍ଧା ଭାବେ ସମାଜସେବୀ ଶୁଭଶ୍ରୀ ଦାସ ଓ ବିଷ୍ଣୁ ପ୍ରିୟା ଦାସ ଫୋରମ୍ ସଚିବ ଅନୁରାଧା ଦାସ୍ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସମ୍ବର୍ଦ୍ଧନା ସଭାରେ ଫୋରମ ପକ୍ଷରୁ ଭୁବନେଶ୍ବରରେ ଚଳପ୍ରଚଳ କରୁଥିବା କିଛି ଅଟୋର ଚାଳକଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଓ ଗ୍ଲୋବସ୍ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସଭାରେ ଟ୍ବିନ୍ ସିଟିର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । କରୋନାର ଭୟାବହତା ସମୟରେ ଲେଡିଜ୍ ଫୋରମ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ ସହ ବସ୍ତି ସାନିଟାଇଜେସନ୍ ଓ ସଚେତନତା କାର୍ଯ୍ୟ ଜାରିରହିଛି। ଲେଡିଜ୍ ଫୋରମର ଲୋକ ହିତକର କାର୍ଯ୍ୟଧାରାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।