ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ପାରଳଖେମୁଣ୍ଡି :- ରା.ଉଦୟଗିରି ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଅଭିମନ୍ୟୁ ଗୌଡ଼ ଙ୍କ ଆଜି ମଧ୍ୟ ରାତ୍ରରେ ହୃଦଘାତରେ ଆର. ଉଦୟଗିରି ସ୍ଥିତ ତାଙ୍କ ବାସ ଗୃହ ଠାରେ ପରଲୋକ ହୋଇ ଯାଇଛି l ପରଲୋକ ବେଳେ ତାଙ୍କୁ ୫୫ ବର୍ଷ ହୋଇଥଲା l ସେ ପିଲା ଦିନରୁ ହିଁ କଂଗ୍ରେସ ପ୍ରେମୀ ଥିଲେ ଯେତେବେଳେ ତାଙ୍କୁ ୨୫ ବର୍ଷ ହେଇଥିଲା ସେତେ ବେଳେକଂଗ୍ରେସ ଦଳରେ ଯୋଗଦେଇ ଥିଲେ l ସେ ଜଣେ ନିଷ୍ଠା ପର କଂଗ୍ରେସ କର୍ମି ଭାବେରେ ଦୀର୍ଘ ଦିନ ହେଲା ଆଦିବାସୀ ଅଧ୍ୟୁଷିତ ଆର. ଉଦୟଗିରି ଅଞ୍ଚଳରେ କଂଗ୍ରେସ ଦଳର ସଂଗଠନ କୁ ସୁଦୃଢ କରି ଆସୁଥିଲେ l ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ଓ ହଳଧର କାର୍ଜି ଙ୍କ ସମୟରୁ ହିଁ ସେ ବେସ ଜଣା ଶୁଣା ଥିଲେ ଏବଂ ବହୁବାର ସେମାନଙ୍କ ଠାରୁ ଜଣେ ଦକ୍ଷ ସଙ୍ଗଠକ ଓ ବରିଷ୍ଠ କର୍ମି ଭାବେ ସମ୍ମାନିତ ହୋଇଥିଲେ l ଅଭିମନ୍ୟୁ ଗୌଡ ବହୁବାର ରା.ଉଦୟଗିରି ବ୍ଲକ କଂଗ୍ରେସ ଦଳର ସଭାପତି ଦାୟିତ୍ୱ ଭାର ବହନ କରି ନିଷ୍ଠା ପର ଭାବେ କାର୍ଯ୍ୟ କରିବା ସହ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ଅତି ପ୍ରିୟ ପାତ୍ର ଥିଲେ l
ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗୋ, ଜିଲ୍ଲା କଂଗ୍ରେସ ସଭାପତି ବିଭୂତି ପାତ୍ର, ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟଜାକବ ମାଝି, ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ପ୍ରମୁଖ ମଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l ଅଭିମନ୍ୟୁ ଗୌଡ଼ ଏକା ଧାରାରେ ଜଣେ ସାହସୀ ସମାଜସେବୀ, ଦୃଢ଼ ସଂଗଠକ ଓ ପରୋଉପକାରି ମଣିଷ ଥିଲେ l ସେ ଜଣେ ଦଳର କର୍ମି ନଥିଲେ ସେ ଦଳର ଜଣେ ବରିଷ୍ଠ ରାଜନେତା ମଧ୍ୟ ଥିଲେ l କଂଗ୍ରେସ ଦଳ ପାଇଁ ତାଙ୍କର ଯେପରି ମମତା ଓ ବଳିଦାନ ଥିଲା ତାହା ଆଉ କିଏ ପୂରଣ କରିବା ଅସମ୍ଭବ l ତାଙ୍କର ମୃତ୍ୟୁ ରେ ଏ ଅଞ୍ଚଳର କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି l ଅଭିମନ୍ୟୁ ଗୌଡ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ନିବିଡ ସମ୍ପର୍କ ରହି ଥିଲା l କଂଗ୍ରେସ ଦଳର ସାଙ୍ଗଠନିକ କାର୍ଯ୍ୟହିଁ ତାଙ୍କୁ ସମସ୍ତଙ୍କର ନିକଟତର କରିପାରିଥିଲା ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା କଂଗ୍ରେସ ଦଳର ଅପୂରଣୀୟ କ୍ଷତି ଘଟିଛି l (ପାରଳଖେମୁଣ୍ଡି – ଗରୁଡ଼ ଧ୍ଵଜ ଚୌଧୁରୀ)