No Result
View All Result
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଂଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଣେ ୫୫ବର୍ଷିଆ କୃଷକ ସାଥି ଚତୁର୍ଥ ଶ୍ରେଣୀରେ ପାଠ ପଡ଼ୁଥୁବା ଜଣେ ଆଦିବାସୀ ନାବାଳିକା ଛାତ୍ରୀ କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହେଉଛି |କୃଷକ ସାଥି ଜଣକ ହେଲେ ସୁନାରାମ ପୁଟେଲ |ଅଭିଯୋଗ ଅନୁସାରେ ଗତ ୨୭ତାରିଖ ଦିନ ପୀଡିତା ଝିଅ ସାଙ୍ଗ ସାଥି ମେଳରେ ଖେଳୁଥୁବା ବେଳେ ସୁନାରାମ ଘରକୁ ଡାକିଥିଲା |
ପରେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା | ଏନେଇ ଝିଅ ଜଣଙ୍କ କାନ୍ଦି କାନ୍ଦି ନିଜ ଘରକୁ ଯାଇ ମା ଆଗରେ ସବୁକଥା ବଖାଣିବା ପରେ ଗାଁରେ ଏକ ମିଟିଙ୍ଗ କରାଯାଇଥିଲା | ପରେ ଏହାର ସମାଧାନ ନ ହେବାରୁ ଆଜି ଲରମ୍ଭା ଥାନାରେ ପୀଡିତା ର ମା ଲିଖିତ ଅଭିଯୋଗ କରିଛନ୍ତି |
ତେବେ ଏନେଇ ପୁଲିସ ଏକ ମାମଲା ରୁଜୁକରି ଗାଁ କୁ ଏକ ଟିମ ଯାଇଥିବା ବେଳେ ସୁନାରାମ କୁଆଡେ ଫେରାର ମାରିଥିବା ଜାଣିବାକୁ ପାଇଥିଲା | ପରେ ପାଟଣାଗଡ଼ ଡାକ୍ତରଖାନରେ ପୀଡିତା ର ଡାକ୍ତରୀମାଇନା କରି ଘଟଣା ର ତଦନ୍ତ କରୁଥିବା ଜଣାପଡୁଛି |ତେବେ ଏମିତି ଘଟଣା କୁ ନେଇ ଅଂଚଳ ନାନା ପ୍ରତିକ୍ରିୟା ପ୍ରକାଶ ପାଉଥୁବା ବେଳେ ଖବର ଲେଖା ପ୍ରଯ୍ୟନ୍ତ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି |
No Result
View All Result