No Result
View All Result
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ବ୍ୟାଙ୍କର ଶୁଭ ଉଦ୍ଘାଟନ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଙ୍କ ଦ୍ଵାରା କରାଜାଇଥିବାବେଲେ ଅନୁରୂପ ଭାବରେ ସୁନାମୁଦି ପଞ୍ଚାୟତ କାଯ୍ୟଠାରେ ପାଟଣାଗଡ ଏବିଡିଓ ମେନକା ମେହେର ମଧ୍ୟ ଆଜି ଆମ ବ୍ୟାଙ୍କର ଶୁଭ ଉଦ୍ଘାଟନ କରିଛନ୍ତି ।

ଉଭୟ ବ୍ୟାଙ୍କର ଶୁଭ ଉଦ୍ଘାଟନ ସମୟରେ ବ୍ୟାଙ୍କର କର୍ମର୍ତ୍ତାମାନେ ଉପସ୍ଥିତ ଥିବାବେଲେ ବିଧାୟକଙ୍କ ସହ ପାଟଣାଗଡ ବିଡିଓ ସୁମନ ମିଞ୍ଚ,୧୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା କସ୍ତୁରୀ ସେଠ, ବିଧାୟକଙ୍କ ବ୍ଲକ ପ୍ରତିନିଧି ହିମାଞ୍ଚଳ ପଧାନ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ , ଜିପିଓ ନିଲକାନ୍ତ କାଳସାଏ,ଗଣ୍ଡରାମ ବେହେରା,

ମାଳଖନ ସେଠ ଓ ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ସୁନାମୁଦି ଠାରେ ଏବିଡ଼ିଓଙ୍କ ସହ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ଥିଲେ ।


No Result
View All Result