No Result
View All Result
୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ନୁଆଗଡ ବ୍ଳକର ନଦୀମୁଠା ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ଅନୁଗୁରୁ ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଡିଆରେ ତିନୋଟି ବ୍ଳକକୁ ନେଇ ଜିଲ୍ଲାସ୍ତରୀୟ ନିୟୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୨ ଟି ବିଭିନ୍ନ କମ୍ପାନୀ ନୀଯୁକ୍ତି ନିମନ୍ତେ ଯୋଗ ଦେଇଥିଲେ ।ନୁଆଗଡ ବ୍ଳକରୁ ୩୧୪, ଆର,ଉଦୟଗିରି ବ୍ଳକର ୭୮ ଏବଂ ମୋହନା ବ୍ଳକରୁ ୬୦ ଜଣ ସର୍ବମୋଟ ୪୪୨ ଜଣ ଶିକ୍ଷିତ ଯୁବକ ଯୁବତୀମାନେ ଏଥିରେ ପଞ୍ଜୀକରଣ କରିଥିଲେ ଏଥି ମଧ୍ୟରୁ କମ୍ପାନୀ ମାନଙ୍କରେ ଯୋଗ ଦେବା ନିମନ୍ତେ ୨୮୩ ଜଣକୁ ଚୟନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥୀ ଭାବେ ଏଡିଏମ ବିରେନ୍ଦ୍ର କୁମାର ଦାସ ଏହାକୁ ଉଦ୍ଘାଟନ କରିଥିବା ବେଳେ ନୁଆଗଡ ବ୍ଳକ ବିଡିଓ ଲୋକନାଥ ଶବର, ଅଧ୍ୟକ୍ଷା ମାଳତୀ ପ୍ରଧାନ ଓ ଉପଅଧ୍ୟକ୍ଷ ନିହିମିୟା ରଇତ,ଆର.ଉଉଦୟଗିରି ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ, ଉପନିର୍ଦେଶକ ଉଦ୍ୟାନ ବିଭାଗ ସୁଶାନ୍ତ ରଞ୍ଜନ ଦାସ, ଡିଏଫପି କୈଳାସ ଚନ୍ଦ୍ର ବୁରୁଡା ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍କୃତି ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ମେଲାକୁ ଓଡିଶା ଜୀବିକା ମିଶନ ବିଟିସି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଗୁରୁ ପଞ୍ଚାୟତର ସରପଞ୍ଚ ଓ ପିଇଓ ସହଯୋଗ କରିଥିଲେ ।

No Result
View All Result