ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି, ହେଲେ ନିର୍ମାଣର ସ୍ଥାୟୀତ୍ୱ ନେଇ ପୁଣି ଉଠିଛି ପ୍ରଶ୍ନ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ ହୋଇଥିବା କଲଭର୍ଟ ରାସ୍ତାରେ ଅଳ୍ପଦିନ ମଧ୍ୟରେ ବୃହତ୍ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିବା ବେଳେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜାର୍ଗୀଭଟା-ପାଜିକୁଟୀ ରାସ୍ତାରେ ଥିବା କଲଭର୍ଟରେ ଏଭଳି ଦୁରବସ୍ଥା ଦେଖିବାକୁ ମିଳିଛି।
















