No Result
View All Result
୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଗତରାତି ୧୧:୩୦ ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚେରାପଲ୍ଲୀ ନିକଟରେ ଏକ ଗୁଳିବିଦ୍ଧ ମୃତ ବାରହାକୁ ଜବତ କରିଛି ବାଣୀଗୋଛା ବନବିଭାଗ । ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ସୂଚନା ଅନୁସାରେ କାଲିରାତି ୧୧:୩୦ ମିନିଟ୍ ସମୟରେ କନ୍ଧମାଳ ଜିଲ୍ଲା RTO ରେଜିଷ୍ଟ୍ରେସନ ଥିବା OD12D 2909 ନଂ ଏକ ବାଇକ୍ ଯୋଗେ ଏକ ।

ଗୁଳିବିଦ୍ଧ ଆନୁମାନିକ (୮୦କେଜି) ମୃତ ବାରହା କୁ ବାଇକ୍ ଯୋଗେ ଚାଲାଣ କରାଯାଉଥିବା ବେଳେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଣୀଗୋଛା ଵନପାଳ ପ୍ରଦିପ କୁମାର ମାନସିଂହ ସଦଳବଳେ ଚଢ଼ାଉ କରି ବାଇକ୍ ଓ ବାରହା କୁ ଜବତ କରିଥିଲେ ।

ଅନ୍ଧାର ର ସୁଯୋଗ ନେଇ ଅଭିଯୁକ୍ତମାନେ ବନବିଭାଗ ଅଧିକାରୀ ଙ୍କୁ ଚକମା ଦେଇ ଖସିଯାଇଥିଲେ । ଖବର ପାଇ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ମୃତ ବାରହା ଓ ବାଇକ୍ କୁ ବାଣୀଗୋଛା ସେକ୍ସନ ଅଫିସ୍ ଆଣିଥିଲେ । DFO କ୍ଷମା ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶକ୍ରମେ ବାଣୀଗୋଛା V.S ଙ୍କ ତତ୍ୱାବଧାନ ରେ ବ୍ୟବଚ୍ଛେଦ କରାଯାଇ ସେକ୍ସନ କାର୍ଯ୍ୟଳୟ ପରିସରରେ ମୃତ ବାରହା କୁ ପୋତିଦିଆଯାଇଛି ।

No Result
View All Result