୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ସକାଳୁ ସକାଳୁ ପରିବେଶ ସୁରକ୍ଷା ପାଇଁ ଟାଟା ଷ୍ଟିଲ ଯୋଡା ଦ୍ବାରା ଆୟୋଜିତ Get-Set-Go-Greenରେ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିବା,
ଯୋଡା ପୌରାଞ୍ଚଳର ୮ନଂ ୱର୍ଡର ଉପନିର୍ବାଚନ ହେଉଥିବାରୁ ବିଜେଡି ପ୍ରାର୍ଥୀ ଶୁଭମ ନାଏକ ପାଇଁ ଘରକୁ ଘର ପ୍ରଚାର କରିବା ସମୟରେ ପୌରାଧ୍ୟକ୍ଷ ଡ.ଜଗଦୀଶ ସାହୁ ଏବଂ ସମସ୍ତ କର୍ମକର୍ତାଙ୍କ ସହିତ ଜନ୍ମଦିନ ପାଳିବା,
ନେହେରୁ କ୍ଲବ ଦଲକି ଦ୍ବାରା ଆୟୋଜିତ ହୋଇଥିବା ଠାକୁରାଣୀ ଚାଲେଞ୍ଜର ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,
ବିଜେଡି ଜିଲ୍ଲା ସଂପାଦକ ଲଛମନ ମହାନ୍ତ ଓ ସମସ୍ତ ବଡବିଲ ବିଜେଡି କାର୍ଯ୍ୟକର୍ତା ତଥା ହଜାର ହଜାର ଫୁଟବଲ ପ୍ରେମୀଙ୍କ ଗହଣରେ ଜନ୍ମଦିନ ପାଳିଥିଲେ ।
ଏମତି କର୍ତ୍ତବ୍ୟପରାୟଣା ନାରୀନେତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବୁଦ୍ଧିଯିବି ମହଲରୁ ପ୍ରଶଂସାର ସୁଅ ଛୁଟୁ ଥିବାର ଦେଖିବାକୁ ମିଳୁଛି ।