୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :- ଆସନ୍ତା ୨୯-୧୧-୨୦୨୩ରିଖରେ ଯୋଡା ପୌରପରିଷଦର ୮ନଂ ୱର୍ଡରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ବିଜୁ ଜନତା ଦଳର କାଉଁସିଲର ପ୍ରାର୍ଥୀ ଶୁଭମ ନାଏକଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ।
ତାଙ୍କ ସହିତ ଯୋଡ଼ା ପୌରାଧ୍ୟକ୍ଷ ଡ.ଜଗଦୀଶ ପ୍ରସାଦ ସାହୁ,ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର ଏବଂ ସମସ୍ତ କାଉଁସିଲର ମାନଙ୍କ ସମେତ ଯୋଡା ବିଜୁ ଜନତା ଦଳର ସମସ୍ତ କର୍ମୀ ଏକତ୍ରିତ ହୋଇ ଘରକୁ ଘର ଯାଇ ପ୍ରଚାର କରିବାର ଦେଖିବାକୁ ମିଳିଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରବଳ ଜନ ସମର୍ଥନ ମିଳିବା ସହିତ ବିକାଶ କାର୍ଯ୍ୟ କିପରି ଦୃତ ଗତିରେ ଆଗକୁ ବଢିବ ଏବଂ ସମସ୍ତେ ଏକ ହୋଇ ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକଙ୍କୁ କିପରି ବିପୁଳ ମତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବେ ସେଥିପ୍ରତି ଜନସାଧାରଣଙ୍କୁ ସଜାଗ ହେବାକୁ ସ୍ଥାନୀୟ ବିଧାୟିକା ଶ୍ରୀମତି ମହାନ୍ତ ଆହ୍ବାନ ଦେଇଥିଲେ ।