୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :-> ଯୋଡା ବ୍ଲକ ଅନ୍ତର୍ଗତ ଅସେଇଁକଳା ପଞ୍ଚାୟତ ପାଇଁ “ଆମ ଓଡିଶା ନବୀନ ଓଡିଶା” ଯୋଜନା ମାଧ୍ୟମରେ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ
ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଉକ୍ତ କାର୍ଯ୍ୟକ୍ରମରେ ଯୋଡା ବ୍ଲକ ବିଜେଡି ସଭାପତି ଦିଲିପ ନାଏକ,ବିଜୁ ଜନତା ଦଳର ଆଗଧାଡିର କର୍ମୀ ସନ୍ତୋଷ ଓରାମ ଏବଂ ଗ୍ରାମର ଶତାଧିକ ମାଆ ମାଉସୀ,ଗୁରୁଜନ ଉପସ୍ଥିତ ଥିବାର ଦେଖିବକୁ ମିଳିଥିଲା ।
ସେହିପରି ସେହି ପଞ୍ଚାୟତରେ ଅନେକ ଦିନରୁ ଦାବୀ ଥିବା ଏକ Community Resource Centre ର ଶୁଭ ଉଦଘାଟନ କରି ପଞ୍ଚାୟତ ବାସୀଙ୍କ ମୁହଁରେ ଖୁସୀର ଲୋହରୀ ଖେଳି ଯାଉଥିବାର ଦେଖିବାକୁ ମିଳୁଛି । ବିଧାୟିକା ମହୋଦୟାଙ୍କ ଏପରି କାର୍ଯ୍ୟଶୈଳୀ ଦେଖି ବୁଦ୍ଧିଜୀବି ମହୋଲରେ ମଧ୍ୟ ବେଶ୍ ଚର୍ଚା ହେଉଥିବାର ଜଣା ପଡୁଛି ।