No Result
View All Result
୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଚାଷୀ ଏବଂ ଚାଷର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗ ଦ୍ବାରା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହେଇପାରୁନାହିଁ । ଖୋଦ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତୀ ହେଉଥିବାର ଗନ୍ଧ ସ୍ପଷ୍ଟ ଭାବରେ ବାରି ହେଇଯାଉଛି ।
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଞ୍ଚଆମ୍ବ ନିକଟସ୍ଥ ସହକାରୀ କୃଷି ଉଦ୍ୟାନ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ଚାଷୀଙ୍କ ପାଇଁ ଆସୁଥିବା ସାମଗ୍ରୀକୁ ସୁରକ୍ଷିତ ଭାବେ ରଖିବା ପାଇଁ କାର୍ଯ୍ୟାଳୟ ପରିସରରେ ନୂତନ ଗୋଦାମ ଗୃହ ନିର୍ମାଣ କରାଯାଉଛି । ହେଲେ ଦୁର୍ଭାଗ୍ୟର ବିଷୟ ଘରେ ନ ପସୁଣୁ ମୁଣ୍ଡରେ ଚାଳ ଲାଗିବା ଭଳି ଗୋଦାମ ଗୃହଛାତ ପଡ଼ିଛି। ହେଲେ ତାହା ଖାଲ ଢିପ ଭାବରେ ନିର୍ମିତ ହୋଇଛି ।

ଗୃହ ମଧ୍ୟରେ ରହିଥିବା ପିଲାର ସହ କାନ୍ଥର ସମାନ୍ତରାଳ ଅବସ୍ଥିତି ସଠିକ ନଥିବା ବେଳେ ତାହା ଏକ ପୁରୁଣା କୋଠା ଭଳି ପ୍ରତୀତ ହେଉଥିବା କହିଛନ୍ତି ଚାଷୀ । ଏହା ସରକାରୀ କାମ ହୋଇଥିଲେ ମଧ୍ୟ ବେସରକାରୀ ଭାବେ ନିର୍ମିତ ହେଉଛି । ନିମ୍ନମାନର କାମ କାରଣରୁ ଏହାର ସ୍ଥାୟିତ୍ବକୁ ଏବେ ପ୍ରଶ୍ନ ଉଠିଛି । ଯେଉଁ କାମରେ ସରକାରୀ ଅର୍ଥ ବ୍ୟବହାର ହେଉଛି ସେହି କାମ କେତେ ଟଙ୍କାର, କେଉଁ ପାଣ୍ଠିରୁ ହେଉଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ ତାହାର ସୂଚନା ଫଳକ ଲଗାଯିବାର ପ୍ରାବଧାନ ରହିଛି ।
ହେଲେ ନିର୍ମାଣାଧିନ ଗୋଦାମ ଗୃହ କାର୍ଯ୍ୟରେ କୌଣସି ସୂଚନା ଫଳକ ଏ ପର୍ଯ୍ୟନ୍ତ ଲଗାଯାଇନାହିଁ । ଯାହା ଫଳରେ ସେହି କାମ କେତେ ଟଙ୍କା ଏବଂ କେଉଁ ଯୋଜନା ଅଧିନରେ ନିର୍ମିତ ହେଉଛି ତାହା ଜନସାଧାରଣ ଜାଣିପାରୁ ନାହାଁନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର ନିଜ ମନ ମୁତାବକ କାମ କରୁଥିବାରୁ ତାହା ଅଙ୍କାବଙ୍କା ସହ ଖାଲ ଢିପ ହୋଇରହିଛି ।

ବର୍ତ୍ତମାନ ଗୃହର ପ୍ଲାଷ୍ଟର କାମ ଚାଲିଥିବା ବେଳେ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଉଥିବା ସହ କାନ୍ଥରେ ପଲସ୍ତରା ଲଗାଇବା ପାଇଁ ୧୨ ଡବା ବାଲିକୁ ୧ ବସ୍ତା ସିମେଣ୍ଟ ମଶ୍ରଣ କରାଯାଉଥିବା କହିଛନ୍ତି କାର୍ଯ୍ୟରତ ଶ୍ରମିକ । ଏନେଇ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ଵରେ ରହିଥିବା କରୁଣାକର ପାଇକଙ୍କୁ ପଚାରିବାରୁ ସେ କହିଛନ୍ତି ଛାତ ପଡ଼ିବା ବେଳେ ଆମେ ଉପସ୍ଥିତ ରହିଥିଲୁ। ତଥାପି କାମ ଏଭଳି ଭାବେ କରାଯାଉଛି । ଯାହା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ୱବଧାନରେ ଚାଲିଥିବାରୁ ତାଙ୍କୁ ଜଣାଯାଇଛି ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଆମେ ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ବିଭାଗୀୟ ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ଗୋଦାମ ଗୃହ ନିର୍ମାଣ ଚାଲିଛି । ଯାହା କାମ ଚାଲିଛି ସବୁ ଠିକ୍ ଚାଲିଛି। ୧୨ ବାଲିକୁ ୧ ବସ୍ତା ସିମେଣ୍ଟ ବ୍ୟବହାର କରିବାକୁ ଠିକ୍ କହିଛନ୍ତି। କର୍ମଚାରୀ ଅଭାବରୁ ସେ ପରିଦର୍ଶନ ପାଇଁ ଆସିନାହାଁନ୍ତି ବୋଲି କହିଛନ୍ତି। ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ସେ କହିଛନ୍ତି ୭ ଲକ୍ଷ ଟଙ୍କାରେ କାର୍ଯ୍ୟ ହେଉଛି।

କାମ ଭଲ ହୋଇନଥିଲେ ମଧ୍ୟ ବିଲ ବେଳକୁ ସବୁ ଠିକ୍ ଠାକ୍ ଥିବାର ଦର୍ଶାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନିମ୍ନମାନର କାମ ହେଉଥିବାକାରଣରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା କଥା। ଅନ୍ୟପକ୍ଷରେ ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସହ ଜନପ୍ରତିନିଧି ଦାବି କରିଛନ୍ତି। ସରକାରୀ ଯୋଜନାରେ ନିର୍ମିତ ହେଉଥିବା ଗୋଦାମ ଗୃହ ନିର୍ମାଣରେ ଅନିୟମିତତା ହେଉଥିବାରୁ ଏହା “ସରକାର କା ମାଲ ଦରିଆ ମେଁ ଡାଲ” ଭଳି ପ୍ରତୀତ ହେଉଛି।

No Result
View All Result