No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ଖଣ୍ଡପଡାରୋଡରେ ଅବସ୍ଥିତ ରୋଟାରୀ କ୍ଳବ୍ ପରିସରରେ ଆଜି ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ସହାୟତା ରେ ଆୟୋଜିତ ଏହି ସ୍ବାସ୍ଥ୍ଯ ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ।

କଳିଙ୍ଗ ହସ୍ପିଟାଲ ର ଅର୍ଥୋପେଡିକ୍ ଡାକ୍ତର ଗୟାଧର ବେହେରା ଓ ଗ୍ଯାଷ୍ଟ୍ରୋ ସର୍ଜରୀ ଡାକ୍ତର ପ୍ରଦୀପ କୁମାର ସେଠୀ ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲା ବେଳେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ ଖାନ୍, ସମ୍ପାଦକ ରୋଟାରିଆନ୍ ଶ୍ରୀଧର ସାହୁ, ରୋଟାରିଆନ୍ ସୁବୋଧ ଚନ୍ଦ୍ର ପଟ୍ଟନାୟକ,

ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ, ରୋଟାରିଆନ୍ ଜି ରଶ୍ମିରାଜ, ରୋଟାରିଆନ୍ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

No Result
View All Result