୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ପୂଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ବୁଧବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ମଙ୍ଗଳବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ କୋଡାହାଡ ନଦୀରୁ ପୁର୍ଣ୍ଣକୁମ୍ଭରେ ଜଳ ଆଣି ପୂଜା ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ ।

ପୁରୋହିତ କିଶୋର ଚନ୍ଦ୍ର ପାଠିଙ୍କ ପୌରହିତ୍ୟରେ ଆୟୋଜିତ ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ରାଜୀବ ପଣ୍ଡା ଯୋଗ ଦେଇଥିଲେ । ନବମୀ ତିଥୀ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଅସ୍ଥାୟୀ ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱର ମହାପ୍ରଭୁ ପୂଜା ପାଇବେ ।

ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସ୍ଥାନୀୟ ଅଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଭକ୍ତମାନଙ୍କ ଗହଳି ଲାଗି ରହୁଛି । ମାନସ ରଞ୍ଜନ ବେହେରା, ହିମାଂଶୁ ବେହେରା, ଶିଶିର ପାତ୍ର, ଦିନବନ୍ଧୁ ବେହେରା, ଘନଶ୍ୟାମ ବେହେରା, ମଇନା ବେହେରା, ସ୍ୱାଧିନ ବେହେରାଙ୍କ ସମେତ ସ୍ଥାନୀୟ ସାହି ବାସିନ୍ଦା ସହଯୋଗ କରି ଆସୁଛନ୍ତି ।














