No Result
View All Result
ଦାଦନ ଶ୍ରମିକ କୁ ମାଡ : ଥାନା ରେ ଲିଖିତ ଅଭିଯୋଗ – ୨ ଜଣ ଦଲାଲ ଅଟକ ମୂଖ୍ୟ ସର୍ଦାର ଫେରାର ।

୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଲପଡା :-> ଦାଦନ ସର୍ଦାର ମାଡ଼ ରେ ଜଣେ ଦାଦନ ଶ୍ରମିକ ଲହୁ ଲୁହାଣ ହୋଇଥିବା ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପାଟଣାଗଡ ଥାନା ମୁଣ୍ଡୋମହୁଲ ଏବଂ କଦଳୀମୁଣ୍ଡା ଗାଁର ୪ ଜଣ ଦାଦନ ଶ୍ରମିକ ପରିବାର କୁ ସର୍ଦାର ମାଡ଼ ମାରି ନିର୍ଯାତନା ଦେଉଥୁବା ଅଭିଯୋଗ ହେଉଛି |ଏନେଇ ଶ୍ରମିକ ମାନେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |
ଶ୍ରମିକ ମାନଙ୍କ କହିବା ଅନୁସାରେ ଗତ ୧୭ତାରିଖ ଦିନ ମୁଣ୍ଡୋମହୁଲ, ଏବଂ କଦଳୀମୁଣ୍ଡା ଗାଁର ୪ ଜଣ ଦାଦନ ଶ୍ରମିକ ପରିବାର କୁ ବେଆଇନ ଭାବେ ବାହାର ରାଜ୍ୟ କୁ ଦାଦନ ଚାଲାଣ ବେଳେ ବଲାଙ୍ଗୀର ରେଲୱେ ଷ୍ଟେସନ ରୁ ଟାଉନ ପୁଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା |ଶ୍ରମିକ ମାନେ ଗାଁରେ ବର୍ତମାନ ଗାଁରେ ଥିବା ବେଳେ ପୁଣି ସେମାନଙ୍କୁ ବେଆଇନ ଚାଲାଣ ପାଇଁ ସର୍ଦାର ମାନେ କହୁଛନ୍ତି | ଯାହାକୁ ନେଇ ଶ୍ରମିକ ମାନେ ମନା କରିବାରୁ ସେମାନଙ୍କୁ ସର୍ଦାର ମାଡ଼ ମାରିଥିବା ଅଭିଯୋଗ ହେଉଛି |
କଦଳୀମୁଣ୍ଡା ଗାଁର ଭକ୍ତ ବାଗ ଏବଂ ମାଟିଖାଇ ଗାଁର ତୁଲାରାମ ସୁନା ଗତ ୧୯/୧୧/୨୩ ଦିନ ଏହି ବିଷୟ ରେ ଗାଁ ରେ ଏକ ମିଟିଂ ବସି ସମାଧାନ କରିବାକୁ ମଣ୍ଡୋମହୁଲ ଗାଁ ର ବିପିନ ତାଣ୍ଡି (୫୫) ଡାକି ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିବା ସହ ସର୍ଦ୍ଦାର ଭକ୍ତ ଙ୍କ ଭାଇ ଅଜିତ ବାଗ ଶ୍ରମିକ ମାନଙ୍କୁ ମାଡ଼ ମାରିଥିବା ଲିଖିତ ଅଭିଯୋଗ ପତ୍ରରେ ଦାଦନ ଶ୍ରମିକ ବିପିନ ଦର୍ଶାଇ ଛନ୍ତି ।
ଏନେଇ ଶ୍ରମିକ ବିପିନ ଓ ତାଙ୍କ ସ୍ତ୍ରୀ ପରିବାର ଥାନା ରେ ଲିଖିତ ଅଭିଯୋଗ କରିବା ସହ ସର୍ଦ୍ଦାର ଜୀବନ ରେ ମାରିଦେବାକୁ ଧମକ ଦେଉଥିବା ରୁ ବିପିନ ଙ୍କ ପରିବାର ଭୟଭୀତ ହେବା ସହ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ ଙ୍କୁ ଗୁହାରୀ କରିଛନ୍ତି । ପରେ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ଦୁଇ ଜଣ ଦଲାଲ ଭକ୍ତ ଓ ଅଜିତ ଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ମୂଖ୍ୟ ସର୍ଦାର ଫେରାର ଥିବା ଜଣାପଡିଛି । ଏନେଇ ପୁଲିସ ର ପ୍ରତିକ୍ରିୟା ମିଳିପାରିନାହିଁ |

No Result
View All Result