୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବିଜେପି ତରଫରୁ ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ କରିଥିବା ଜଣାଯାଇଛି । ଆଜି ଅପରାହ୍ନରେ ରଣପୁର ପବୁଂଦୋଳ ପଡିଆ ଠାରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ଏକ ରାଲି କରାଯାଇଥିଲା । ରଣପୁର ବ୍ଲକ ରେ ଶାସକ ଦଳ ଦୂର୍ନୀତି, ଭଷ୍ଠାଚାର,ଅନ୍ୟାୟ ବିରୋଧ ରେ ଏକ ବିଶାଳ ରାଲି ସହର ପରିକ୍ରାମା କରିଥିଲା । ସେମାନେ ରାଜ୍ୟ ସରକାର ର ବିରୋଧ ରେ ବିଭିନ୍ନ ସ୍ୱାଗ୍ଲା ଦେଇ ବ୍ଲକ ପରିଷର ରେ ପହଚିଂଥିଲେ ।
ସେଠାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଜିଲ୍ଲା ବିଜେପି ସଭାପତି ତାପସ ରଞନ ମାର୍ଥା,ଅଭିଶେକ ସାମନ୍ତରାୟ ରଣପୁର ବ୍ଲକ ରେ ଆବାସ ଯୋଜନା ସହ ବିିଭିନ୍ନ ଯୋଜନା ରେ ଦୂର୍ନୀତି ହେବା ସହ ପିସି କାରବାର ଚାଲିଥିବା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନାରେ ପ୍ରର୍ଯ୍ୟପ୍ତ ଅର୍ଥ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଏହି ଅର୍ଥ କୁ ହରିଲୁଟ କରୁଛନ୍ତି ବୋଲି ମତ ଦେଇଥିଲେ ।
କିନ୍ତୁ ଏହି ଯୋଜନାରେ ଗରିବ ଙ୍କର କୈାଣସି ଉନ୍ନତି ହେଉନଥିବା ବେଳେ ପରିବାର ଛାଡି ରାଜ୍ୟ ବାହାରେ ଦାଦନ ଖଟିବାକୁ ବାଧ୍ୟ ହେଉଚି । ଏପରିକି ଏହି ସରକାର ନିର୍ବାଚିତ ପ୍ରତିନିଧୀ ମାନଙ୍କର ଅଧୀକାର ଛଡାଇ ନେଉଚନ୍ତି । ପଲ୍ଲିସଭା ଓ ଗ୍ରାମସଭା ନକରି ତଳସ୍ତର ରେ ପୋଜେକ୍ଟ ଘୋଷଣା କରି ଫଳକ ରାଜନିତି ଚାଲିଛି ।
ଏହା କୁ ବିଜେପି କର୍ମୀ ମାନେ ବିରୋଧ କରିଥିଲେ । ଏହି ସଭା କୁ ଗୋପାଳପୁର ମଣ୍ଡଳ ସଭାପତି ନିର୍ମଳା ମତଗଜସିଂ ପରିଚାଳନା କରିଥିଲେ । ରଣପୁର ବିଡିଓ ଅନୁପଷ୍ପତ ଥିବାରୁ ସହକାରି ଜନ୍ତ୍ରୀ ଞାନେନ୍ଦ୍ର ପାଢୀ କୁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଦେଇଥିଲେ । ଏଥିରେଅନ୍ୟ ମାନଙ୍କ ମଧ୍ୟରେ ରଣପୁରପଚାଂୟତ ସମିତି ଅଧକ୍ଷ ନିର୍ମଳା ବେହେରା,ଜିଲ୍ଲା ସାଧରଣ ସଂପାଦକ ପରେଶଚନ୍ଦ୍ର ମିଶ୍ର, ଜୟନ୍ତ ନାୟକ ,ଅନୁସୟା ସାହୁ ଙ୍କ ସହ ବହୁ ପଚାଂୟତ ର ସରପଚଂ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।