No Result
View All Result

ଛାତ୍ରଛାତ୍ରୀ ଙ୍କୁ ପ୍ରବର୍ତ୍ତାଇ ଧାରଣାରେ ବସାଇଲେ ପ୍ରଧାନ ଶିକ୍ଷକ
ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ସାମ୍ବାଦିକ ଙ୍କୁ ଫୋନକରି ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।
ପ୍ରଧାନଶିକ୍ଷକ ଦଇତାରୀ ବିଶ୍ଵାଳ ନିଜର ଦୁର୍ବଳତା କୁ ଢାଙ୍କିବାକୁ ଯାଇ ବାଲି ପଡ଼ିବା ଆଳକରି ଛାତ୍ରଙ୍କୁ ଏଭଳି ପ୍ରତିବାଦ କରିବାକୁ ପ୍ରବର୍ତ୍ତା ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> କିଛିବର୍ଷ ତଳେ ଟାକରା ଉଚ୍ଚ ବିଦ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଥିଲାବେଳେ , ପୁଣି ଉକ୍ତ ବିଦ୍ୟାଳୟ କୁ ଗୁରୁବାର ଦିନ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ସାମ୍ବାଦିକକୁ ନେଇ ବିବାଦ ଆରମ୍ଭ ହୋଇଛି । ଖବର ସଂଗ୍ରହ ସମୟରେ ଛାତ୍ରଙ୍କ ଖାଦ୍ୟରେ ବାଲି ପଡ଼ିବା ଆଳ ଦେଖାଇ ଶୁକ୍ରବାର ଦିନ ବିଦ୍ୟାଳୟର ଛାତ୍ରମାନେ ଧାରଣାରେ ବସିଥିବାବେଳେ ଖବରପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ । ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ସାମ୍ବାଦିକ ଙ୍କୁ ଫୋନକରି ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଅନ୍ୟ ପାର୍ଶ୍ବରେ ଗତ ସେପ୍ଟେମ୍ବର ୨୬ ତାରିଖରେ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଅଭିଭାବକ,ପରିଚାଳନା କମିଟି ତରଫରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଅବଗତ କରାଯାଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବେବୋଲି କହିଥିଲେ ସୁଦ୍ଧା ଦେଢ଼ମାସ ବିତିଯାଇଥିଲେ ହେଁ କୌଣସି ତଦନ୍ତ କରିନଥିବା କଥା ସାଧାରଣ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେଆ,ଏବେ ଏଭଳି ଘଟଣା କୁ ନେଇ ଅଞ୍ଚଳବାସୀ ତୀବ୍ରନିନ୍ଦା କରିଛନ୍ତି । ଗତ,ଗୁରୁବାର ଦିନ ବିଜ୍ଞାନମେଳାରେ ଯୋଗଦେବାକୁ ସକାଳୁଆ ବିଦ୍ୟାଳୟ ଖୋଲିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ମେସେଜ କରିଥିଲେ ।
ଟାକରା ଉଚ୍ଚ ବିଦ୍ୟାଳୟ ସକାଳୁଆ ଖୋଲାଯାଇଥିଲେ ମଧ୍ୟ , ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଙ୍କୁ ଏ ସମ୍ପର୍କରେ ଅବଗତ କରାଇନଥିଲେ । ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦ ଘଟିକାରେ ବିଦ୍ୟାଳୟକୁ ଆସି ଫେରିଥିଲେ । ଏ ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କ ଠାରୁ ଖବର ପାଇ ସାମ୍ବାଦିକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତ ହେତୁ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ରବିନାରାୟଣ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ । ପରେ ଶିକ୍ଷକଙ୍କ ସାଥିରେ ହଷ୍ଟେଲ ଛାତ୍ରମାନେ ଖାଉଥିବା ଖାଦ୍ୟକୁ ବୁଲିଦେଖିଥିଲେ । ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଇଥିବାରୁ, ସାମ୍ବାଦିକ ମାନେ,ଫଟୋ ମଧ୍ୟ ଉଠାଇଥିଲେ । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ବିଦ୍ୟାଳୟ କତୃପକ୍ଷ , ଖାଦ୍ୟରେ ବାଲି ପଡ଼ିଥିବା ଆଳଦେଖାଇ ଶୁକ୍ରବାର ଦିନ ସକାଳୁ ଛାତ୍ରମାନକୁଂ ପ୍ରବର୍ତ୍ତାଇ ଧାରଣାରେ ବସାଇଥିଲେ ।
ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ପହଞ୍ଚିଥିଲେ । ପ୍ରଧାନଶିକ୍ଷକ ଦଇତାରୀ ବିଶ୍ଵାଳ ସାମ୍ବାଦିକ ମାନଙ୍କୁ ଫୋନକରି ତୁରନ୍ତ ବିଦ୍ୟାଳୟରେ ପହଞ୍ଚିବାକୁ କହିଥିଲେ ଏବଂ ଅର୍ଗସ୍ ସାମ୍ବାଦିକ କୁନାକାନ୍ତ ବେହେରାଙ୍କୁ ଧମକପୂର୍ଣ୍ଣ ଫୋନ କରିଥିବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପରିଚାଳନା କମିଟି ସଭାପତି ଓ ଆଲୁମିନା କମିଟି ସଭାପତି ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ନାନା ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କୁ ବିଳମ୍ବରେ ବହିପତ୍ର ଦେବାସହ ନିମ୍ନମାନର ଖାଦ୍ୟପେୟ ସମ୍ପର୍କରେ କହିବାରୁ ତାଙ୍କୁ ଗତ ପାପ୍ ବୈଠକରେ ଉପେକ୍ଷା କରାଯାଇଥିବା ସେ କହିଛନ୍ତି ।
ଅନ୍ୟପାର୍ଶ୍ୱରେ ଦେଖିବାକୁଗଲେ ଗୁରୁବାର ଦିନ ସାମ୍ବାଦିକମାନେ ଉପସ୍ଥିତଥିବାବେଳେ ସଂପୃକ୍ତ ଶିକ୍ଷକ ଏବଂ ଛାତ୍ରମାନେ କାହିଁକି ପ୍ରତିବାଦ କଲେନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ନିଜର ଦୁର୍ବଳତା କୁ ଢାଙ୍କିବାକୁ ଯାଇ ବାଲି ପଡ଼ିବା ଆଳକରି ଛାତ୍ରଙ୍କୁ ଏଭଳି ପ୍ରତିବାଦ କରିବାକୁ ପ୍ରବର୍ତ୍ତା ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ପୁଣି ଛାତ୍ର ମାନଙ୍କୁ ପ୍ରବର୍ତ୍ତାଇ ସାମ୍ବାଦିକ ମାନଙ୍କ ନାମରେ ମଧ୍ୟ ଏକ ମାମଲା କରିବାକୁ ମସୁଧା ଚାଲିଥିଲା ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ବେଳେ ଖବର ପ୍ରସାରଣ ହେବାପରେ ପ୍ରଶାସନ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା ।


No Result
View All Result