୨୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ ଜିଲ୍ଲା :-> ଓଡ଼ଗାଁ ବ୍ଲକ ଗୋଡିପଡା ଶିକ୍ଷାନୁଷ୍ଠାନ ଚାଣକ୍ୟ ପରିସରରେ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ବାର୍ଷିକ ଉତ୍ସବ ସାରସ୍ବତ ସାମରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ଶୁସାନ୍ତ କୁମାର ପାତ୍ରଙ୍କ ତତ୍ୱାବଧାନରେ ପାଞ୍ଚବର୍ଷ ଧରି ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାୟୀ ସଭାପତି ନିରାକାର ସ୍ୱାଇଁଙ୍କ ଆଡ଼ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ମନସ୍ଥତ୍ତ୍ୱ ବିଭାଗ ପ୍ରଫେସର ପ୍ରତିଭା ମହାରଥୀ ମୁଖ୍ୟବକ୍ତା,
ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ଖଡ଼ିଆଳ ମହାବିଦ୍ୟାଳୟ ଓ ଅଧ୍ୟାପିକା ମହାଶ୍ୱେତା ସାହୂ ସୁଶୀଳା ଦେବୀ ବାଳିକା ମହାବିଦ୍ୟାଳୟ ସଂମାନିତ ଅତିଥିଭାବରେ ଯୋଗଦେଇ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଦେଇ ସଭାକୁ ଉଦ୍ଘାଟନ କରିଥିଲେ ।କବି ଦୀନବନ୍ଧୁ ମହାପାତ୍ର ଅତିଥି ପରିଚୟ ଦେବା ସହିତ ସମ୍ପାଦିକା ହରପ୍ରିୟା ଦ୍ବିବେଦୀ ବିବରଣୀ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉତ୍ତମ କାର୍ଯ୍ୟପାଇଁ ସାରସ୍ୱତ ସଂମାନ,
ବିବିଧ ସଂମାନ, ସାହିତ୍ୟ ସଂମାନ, ପ୍ରତିଭା ସଂମାନ,ଗୌରବ ସଂମାନ ଇତ୍ୟାଦି ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସଂମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ସାମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ସାହିତ୍ୟ ଘର ନୟାଗଡ ଶାଖାର ସମ୍ପାଦକ ରାମକୃଷ୍ଣ ରଥ, ସାରସ କୁମାର ମିଶ୍ର, ଯଯାତି ମହାପାତ୍ର, ଜିତେନ୍ଦ୍ର କୁମାର ସାହୁ ଓ ମଙ୍ଗରାଜ ବେହେରାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବର୍ଗତ ବ୍ୟକ୍ତିବିଶେଷଙ୍କ ସ୍ମୃତି ଉଦ୍ଧେଶ୍ୟରେ ଚାରି ଜଣଙ୍କୁ ସ୍ମୃତି ସଂମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ କବି ଓ କବୟତ୍ରୀ ନିଜସ୍ୱ କବିତା ପାଠ କରିଥିଲେ। କବିତା ପାଠକରିଥିବା ପ୍ରତିଭୂ ମାନଙ୍କୁ ପ୍ରସଂଶା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମ୍ବର୍ଦ୍ଧନା ପରିବାରର କୋଷାଧ୍ୟକ୍ଷ ପରମାନଦ ସ୍ୱାଇଁ ଓ ସଂସ୍କୃତି ସମ୍ପାଦକ ରାଜେଶ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ସାହୂ, ବିଭୁପ୍ରସାଦ ସାହୂ ପ୍ରଭୁତି ସହଯୋଗ କରିଥିଲେ । ଚାଣକ୍ୟ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସ୍ବେଛାସେବୀ ଭାବରେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ । ପରିଶେଷରେ ରାଜେଶ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।