No Result
View All Result
୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରିକୁ କିଏ ବା ନଜାଣେ । ଦିନେ ରାମଗିର ନିର୍ବାଚନ ମଣ୍ଡଳୀ ଭାବେ ବେଶ ଜଣାଶୁଣା ଥିଲା। ଯାହା ବର୍ତ୍ତମାନ ମୋହନା ନିର୍ବାଚନ ମଣ୍ଡଳୀ ଭାବେ ପରିବର୍ତ୍ତିତ। ସେହି ରାମଗିରିରେ ଗ୍ରାମବାସୀ ଅଭିଯୋଗ କରୁଛନ୍ତିଯେ, ଏହି ଗ୍ରାମରେ ୧୮୭୫ ମସିହାରେ ସ୍ଥାପିତ ହୋଇଥିଲା ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟ। ଯାହା ଆଜକୁ ୧୪୮ ବର୍ଷ ହୋଇସାରିଲାଣି ।
ଏଠି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପରେ ଉନ୍ନୀତ ହୋଇ ସପ୍ତମ ଶ୍ରେଣୀ ପୁଣି ବର୍ତ୍ତମାନ ଅଷ୍ଟମ ଶ୍ରେଣୀଯାଏ ଉନ୍ନୀତ କରାଯାଇଛି। ହେଲେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ କିଶୋରୀ ଛାତ୍ରୀଟିର ପାଠପଢା ଲାଗି ଅବିଭାବକ ମାନଙ୍କର ଚିନ୍ତା ବଢିଯାଏ। କାରଣ ଏହି ଗ୍ରାମରେ ଗୋଟିଏ TRW ସ୍କୁଲ ଟିଏ ତ ଅଛି ସତ, କିନ୍ତୁ ପ୍ରଥମେ ଆଦିବାସୀ ଓ ହରିଜନ ସ୍ଥାନ ସଂରକ୍ଷଣ ପରେ ବଳକାହେଲ ଜେନେରାଲ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିଥାଏ। ପୁଣି ପ୍ରତି ପଞ୍ଚାୟତରେ ଯେପରି ଏକ ହାଇସ୍କୁଲ ରହିଥାଏ, ଏଠି କିନ୍ତୁ ତାହାରି ଅଭାବ।
ସେଥିଲାଗ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଏହି ବିଦ୍ୟାଳୟକୁ ଉନ୍ନୀତ କରି ନବମ ଓ ଦଶମ ଶ୍ରେଣୀ ପ୍ରତିଷ୍ଠାଲାଗି ଦାବିକରି ଆସୁଛନ୍ତି। ଜିଲ୍ଲାଠାରୁ ଆରମ୍ଭକରି ରାଜଧାନୀ ଯାଏ, ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷା ମନ୍ତ୍ରୀଙ୍କ ଯାଏ ଅଭିଯୋଗ କରି ଆସୁଛନ୍ତି। ବିଭନ୍ନ ଗଣମାଧ୍ୟମରେ ମଧ୍ୟ ଏହା ଅନେକଥର ପ୍ରକାଶ ପାଇଛି।
ତଥାପି ଆଜିଯାଏ ତାର କିଛି ଫଳାଫଳ ନପାଇ ପୁଣିଥରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଏଇ ଗ୍ରାମବାସୀ। ଏଥର ମଧ୍ୟ ଯଦି ପ୍ରଶାସନ ଏହାକୁ ଅଣଦେଖା କରନ୍ତି। ତେବେ ଶେଷରେ ସମସ୍ତ ଅବିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକତ୍ର ହୋଇ ବିଦ୍ୟାଳୟରେ ତାଲା ପକେଇ ଧାରଣାରେ ବସିବାଲାଗି ନିଷ୍ପତି ନେଇଥିବା କେତେକ ଅବିଭାବକ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏବିଷୟରେ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବିକରିଛନ୍ତି।
No Result
View All Result