No Result
View All Result
ବ୍ରିଟିଶ ଶାସନ ଠୁ ବଳିଗଲା ରାଜ୍ୟ ସରକାର ଙ୍କ ଶାସନ : ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ।
୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବିଜେପି ପକ୍ଷରୁ ଆଜି ପାଟଣାଗଡ ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଜିଲ୍ଲା ସଭାପତି କନକ ବର୍ଦ୍ଧନ ସିଂଦେଓ ଙ୍କ ନେତୃତ୍ବରେ ରାଜ ଖମାର ଠାରେ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଳକ ଅଫିସରେ ବ୍ୟାପକ ଅନିୟମିତତା ,ଦୁର୍ନୀତି ଭ୍ରଷ୍ଟାଚାର ବଢ଼ି ଚାଳିଛି । କେନ୍ଦ୍ରିୟ ଯୋଜନା କୁ ଆତ୍ମସାତ କରାଯାଇ ରାଜ୍ୟ ସରକାର ବାହାବା ନେଉଥିବା ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟ ରେ କହିଥିଲେ ।

ପାଟଣାଗଡ଼ ବ୍ଳକ ଅଫିସ ରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣରେ ବ୍ୟାପକ ଅନିୟମିତତା ଦୂର୍ନିତୀ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଜଣେ ଲୋକ ଙ୍କ ନାମରେ ତିନିତିନ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ହାତେଇ ଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସରକାରୀ ଦଳର କର୍ମକର୍ତ୍ତା ଙ୍କୁ ଅଗ୍ରାଧିକାର ଦେଇ ଗରିବ ଲୋକ ଙ୍କୁ ଅଣଦେଖା କରିବା , ପର୍ଲିସଭା ଓ ଗ୍ରାମ ସଭା ହେଉନଥିବା ଓ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ କ୍ଷମତାଙ୍କୁ ସଂକୁଚିତ କରିବା ,ପିସି କାରବାର ବନ୍ଦ ଆଦି ବିଜେପି ନେତା କର୍ମୀ ମାନେ ଉପସ୍ଥାପନ କରିବା ସହ ଶ୍ରୀ ସିଂଦେଓ ବିଡିଓ ଙ୍କୁ ଦୂର୍ନିତୀ କାମର ତଦନ୍ତ କରିବା ପାଇଁ କହିଥିଲେ ।

ଜନସାଧାରଣ ଓ ବିଭିନ୍ନ ବର୍ଗର ହିତାଧିକାରୀ ସଭାରେ ଉପସ୍ଥିତ ରହି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଆବଶ୍ୟକ ଗୃହ ପ୍ରଦାନ କରିବା ପାଇ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।ପରେ ଦଳ ପକ୍ଷରୁ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକପତ୍ର ବିଡିଓ ଙ୍କୁ ପ୍ରଦାନ କରାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ କରମସିଂ ସରାଫ ,ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ,ଦେବରାଜ ସାହୁ ,ଅରୁଣ ସାହୁ ପ୍ରମୁଖ ରାଜ୍ୟ ସରକାର ଙ୍କ ବିରୋଧ ରେ ବର୍ଷିଥିବା ବେଳେ ଶତାଧିକ ବିଜେପି ନେତା କର୍ମୀ ଉପସ୍ଥିତ ଥିଲେ । ବଲ୍ଲଭ ଧରୁଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

No Result
View All Result