No Result
View All Result
୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଆଜି ମୋହନା ବ୍ଲକ ଗସ୍ତରେ ଆସି ସ୍ଥାନୀୟ ଲୋକଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ଦୁର୍ଗମ ଅଞ୍ଚଳରେ ରହୁଥିବା ଗୁଲୁବା, ରାଇପଙ୍କା,

ମାଣ୍ଡିମେରା ପଞ୍ଚାୟତରୁ ଦଳୀୟ କର୍ମୀଙ୍କ ସହ ସରପଞ୍ଚ,ସମିତି ସଭ୍ୟ ଙ୍କ ସମେତ ଗାଁ ମୁଖିଆ ମାନେ ଆସି ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ସହ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଆଉ ଅଧିକା ଅଞ୍ଚଳରେ କାର୍ଯ୍ୟ ଗୁଡ଼ିକ ହେବା ଆବଶ୍ୟକ ବୋଲି କହିଥିଲେ।

ଅଞ୍ଚଳରେ ବିଦ୍ୟାଳୟ, ରାସ୍ତା, କୋଠଘର ଗୁଡ଼ିକ ହେବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ସଭାପତି ଦଳୀୟ ଉଚ୍ଚ କର୍ମକର୍ତ୍ତା ଙ୍କ ଦୃଷ୍ଟିକୁ ଆଣିବା ପରେ ଯାଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

No Result
View All Result