No Result
View All Result
୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପଦି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଅନୁଗୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜାକୋବ ମାଝୀଙ୍କ ନାମରେ କୋୖର୍ଟରେ ନକ୍ସଲ ମାମଲା ବିଚରାଧୀନ ରହିଛି. ଏପରିସ୍ଥଳେ କୋୖର୍ଟକୁ ଅବମାନନା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି. ଗିରଫ ଜାକୋବ ନୂଆଗଡ଼ ଚଳ ଅନୁଗୁର ପଞ୍ଚାୟତର ସରପଞ୍ଚ ଭାବେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ବରେ ଥିଲେ ।
ମାଓ ସମ୍ପୃକ୍ତି ନେଇ ତାଙ୍କ ନାମରେ ୫ ଟି ପୁରୁଣା ମାମଲା ରହିଥିଲା. ସୂଚନାଯୋଗ୍ୟ ଯେ, ୨୦୦୬ ମାର୍ଚ ୨୪ ତାରିଖରେ ଆର.ଉଦୟଗିରି ଥାନା ଉପରେ ଆକ୍ରମଣ ଘଟଣାରେ ୩ ଜଣ ପୁର୍ଲସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜେଲ ଭଙ୍ଗା, ଥାନାଅଧିକାରୀ ଓ ଜେଲରଙ୍କୁ ଅପହରଣ ମାମଲା ଆଦିରେ ଜାଜୋବଙ୍କୁ ୨୦୧୩ ରେ ପୁଲିସ ରା.ଉଦୟଗିରିରୁ ଗିରଫ କରିଥିଲା.
ଏବଂ ତାଙ୍କ ନାମରେ ନକ୍ସଲ ସମ୍ପୃକ୍ତି ମକଦ୍ଦମା ରୁଜୁ ହୋଇଥିଲା. ଏହି ନସ୍କଲ ସମ୍ପର୍କ୍ତି ମାମଲାଟି କୋର୍ଟରେ ଚାଲୁଥିବା ବେଳେ କୋର୍ଟରେ ଉପସ୍ଥିତ ନ ରହିବା ଯୋଗୁଁ କୋୖର୍ଟ ଅବମାନନା କରିଥିବା ଯୋଗୁଁ ଜକୋବଙ୍କୁ ଆର,ଉଦୟଗିରି ପୁଲିସ ଗିରଫ କରିଥିବା ଆର.ଉଦୟଗିରି ଥାନାଅଧିକାରୀ ପ୍ରଶାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

No Result
View All Result